Saturday , April 1 2023
Breaking News
Home / ବିଶେଷ / କୃଷକ ଆନ୍ଦୋଳନକୁ ନିରାକାରପୁରରେ ସମର୍ଥନ : ଦୋକାନବଜାର ବନ୍ଦ

କୃଷକ ଆନ୍ଦୋଳନକୁ ନିରାକାରପୁରରେ ସମର୍ଥନ : ଦୋକାନବଜାର ବନ୍ଦ

ନିରାକାରପୁର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)-ଦେଶର ବିଭିନ୍ନ କୃଷକ ସଂଘର ସମ୍ମିଳୀତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ  ୧୨ ଘଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ର ସରକାର କୃଷି ଆଇନକୁ ବିରୋଧ କରି ଚାଲି ଆସିଥିବା ଅନ୍ଦୋଳନକୁ ୪ ମାସ ପୂର୍ତି ଅବସରରେ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦକୁ ସମର୍ଥନ ଜଣାଇ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ଦୋକାନ, ବଜାର ବନ୍ଦ ସହିତ ସମସ୍ତ ସରକାରୀ,ବେସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ସିପିଆଇଏମ ପକ୍ଷରୁ କର୍ମୀମାନେ ପ୍ଲାକାର୍ଡ଼ ଧରି ବଜାର ପରିକ୍ରମା କରି ବିଭିନ୍ନ କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ ଖୋଲା ଯାଇଥିବା ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁନିକୁ ବନ୍ଦ କରିଥିଲେ । ପରେ ସେମାନେ ନିରାକାରପୁର କଲେଜ ଛକରେ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରି ବସି ରହିଥିଲେ । ଉକ୍ତ ସ୍ଥାନରେ ଶାନ୍ତିଶୃଖଂଳା ରକ୍ଷା କରିବା ପାଇଁ  ସ୍ଥାନୀୟ ପୋଲିସ ମୁତୟନ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସିପିଆଇଏମ ବରିଷ୍ଠ ନେତା ଚରଣ ଦଳେଇ, ଗିରିଶ ଚନ୍ଦ୍ର ମହାରଣା, ବିଧୁ ଭୂଷଣ ମହାରଣା ଓ ନୃସିଂହ ଚରଣ ଦଳେଇ ପ୍ରମୁଖଙ୍କ ସମେତ ଏକାଧିକ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.