Thursday , March 23 2023
Home / ବିଶେଷ / କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଓ ମହେଶପୁର ଗ୍ରାମରେ ପାନୀୟ ଜଳର ଅଭାବ

କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଓ ମହେଶପୁର ଗ୍ରାମରେ ପାନୀୟ ଜଳର ଅଭାବ

କେନ୍ଦ୍ରାପଡା,୨୭/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଂଚାୟତର ବଡମଙ୍ଗରାଜପୁର ଓ ମହେଶପୁର ଗ୍ରାମକୁ ପାନୀୟ ଜଳ ଯୋଗାଣ ଯୋଜନା ବିଫଳ ହୋଇଥିବା ଅଭିଯୋଗ ହୋଇଛି । କୁରୁଜଙ୍ଗା ଗ୍ରାମର ଶେଷ ମୁଣ୍ଡରେ ପାନୀୟ ଜଳ ଯୋଗାଣ ନିମନ୍ତେ ଯେଉଁ ପମ୍ପ ବସାଯାଇଛି ସେଥିରେ ବହୁ ତୃଟି ରହିଥିବାରୁ ଜଳ ଯୋଗାଣରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି । ପ୍ରାୟ ୧୫/୨୦ବର୍ଷ ତଳେ ବସାଯାଇଥିବା ସେହି ଜଳ ଯୋଗାଣ ପ୍ରକଳ୍ପରେ ଓଭରହେଡ ଟ୍ୟାଙ୍କ ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି । ବହୁ ସ୍ଥାନରେ ଜଳ ଯୋଗାଣ ପାଇପ ଫାଟି ପାଣି ଲିକ କରୁଛି । ସେହି ପ୍ରକଳ୍ପ ଦ୍ୱାରା ଯେତିକି ଜଳ ଉଠାଯାଉଛି ତାହା ଲୋକମାନଙ୍କ ଆବଶ୍ୟକତାକୁ ପୁରଣ କରିପାରୁନାହିଁ । ଫଳରେ ବଡମଙ୍ଗରାଜପୁର ଗ୍ରାମର ଡିଅାଁପାଟଣା ଓ ସେଠିସାହିକୁ ପାଣି ପହଁଚିପାରୁ ନାହିଁ । ବର୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ପାନୀୟ ଜଳ ସମସ୍ୟା ଗୁରୁର ଆକାର ଧାରଣ କରିଛି । ସେହିଗ୍ରାମର ପ୍ରାୟ ୨୦/୨୫ଟି ପରିବାର ପାନୀୟ ଜଳ ସଂଯୋଗ ନେଇଥିବା ବେଳେ ସେମାନେ ପାଣି ପାଇପାରୁନଥିବା ଅଭିଯୋଗ କରିଛନ୍ତି । ଫଳରେ ସେହି ପରିବାର ଗୁଡିକ ପାନୀୟ ଜଳ ନିମନ୍ତେ କୂଅ ଏବଂ ନଦୀ ପାଣି ଉପରେ ନିର୍ଭର କରି ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମର ଗୋଲକ ଚନ୍ଦ୍ର ସାହୁ, ଶ୍ରୀଚରଣ ବିହାରୀ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଡେରାବିଶି ବ୍ଲକର ବିଡିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.