Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / କରୋନା ମିଟର ଉପର ମୁହାଁ – ଆଉ ୨୧୦ ଜଣ ନୂତନ କରୋନା ସଙ୍କ୍ରମିତ ଚିହ୍ନଟ

କରୋନା ମିଟର ଉପର ମୁହାଁ – ଆଉ ୨୧୦ ଜଣ ନୂତନ କରୋନା ସଙ୍କ୍ରମିତ ଚିହ୍ନଟ

ଭୁବନେଶ୍ୱର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ମିଟର ଏବେ ଉପର ମୁହାଁ । ଦୌନିକ ସଂଙ୍କ୍ରମିତ ଙ୍କ ସଂଖ୍ୟା ବଢ଼ି ଏବେ ଦୁଇ ଶହ ଟପିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୧୦ ଜଣ ନୂତନ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ବରରୁ ୬, ପୁରୀରୁ ୫, , ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡା, ନୟାଗଡ଼ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଓ ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ, ଖୋର୍ଦ୍ଧାରୁ ୫୧, ନୂଆପଡାରୁ ୨୩, କଟକରୁ ୧୯, ବଲାଙ୍ଗିର ଜିଲ୍ଲାରୁ ୧୨, କଳାହାଣ୍ଡି ଜିଲ୍ଲାରୁ ୧୨, ସୁନ୍ଦରଗଡ଼଼ ଜିଲ୍ଲାରୁ ୧୨ , ସମ୍ବଲପୁରରୁ ୧୧, ବରଗଡ଼ ୮, ଯାଜପୁର ଜଣ , ମୟୂରଭଞ୍ଜରୁ ୮ଜଣ , ଷ୍ଟେଟପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୩୬୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୧୪୫୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୮୯୨୦୪୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.