ଭୁବନେଶ୍ୱର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- କରୋନା କାଳରେ ବିଜୁଳି ର କୋରଡ଼ା ମାଡ଼ : ୬ ମାସରେ ୨ ଥର ବୃଦ୍ଧି – ଥରେ ୨୦ ପଇସା ଓ ଆଉଥରେ ୩୦ ପଇସା ଏହିପରି ବୃଦ୍ଧି କରାଯାଇଛି । କାହା ସ୍ୱାର୍ଥରେ ବିଦ୍ୟୁତ ନିୟାମକ ଆୟୋଗ ଓ ସରକାର ? ଏହା ଏବେ ସାଧାରଣ ବିଦ୍ୟୁତ ଗ୍ରାହକଙ୍କ ପ୍ରଶ୍ନ । ବିଦ୍ୟୁତ ନିୟାମକ ଆୟୋଗ କେଉଁ ସ୍ୱାର୍ଥରେ ଗଠନ କରାଯାଇଥିଲା ? ତାହା ଏବେ କେଉଁ କାର୍ଯ୍ୟ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏଭଳି ଜନସ୍ୱାର୍ଥ ବିରୋଧୀ ବିଦ୍ୟୁତ ନିୟାମକ ଆୟୋଗ କୁ ଭାଙ୍ଗିଦିଆଯାଉ ବୋଲି ଜନତା ସ୍ୱର ଉଠାଇଲେଣି ।
ରାଜ୍ୟରେ ବିଦ୍ୟୁତ୍ ଦର ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି। ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି। ଏପ୍ରିଲ ୪ରୁ ଲାଗୁ ହୋଇପାରେ ବର୍ଦ୍ଧିତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି।
ସୂଚନା ଅନୁଯାୟୀ, ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ୍ରେ ୨ ପ୍ରତିଶତ ରିହାତି ରହିଛି। ଏପରିକି ଡିଜିଟାଲରେ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହା ବ୍ୟତୀତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ।
ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁଁ ଏଣିକି ପ୍ରଥମ ୫୦ ୟୁନିଟ୍ରେ ୟୁନିଟ୍ ପିଛା ୩ ଟଙ୍କା, ୫୧ ରୁ ୨୦୦ ୟୁନିଟ୍ ମଧ୍ୟରେ ୟୁନିଟ୍ ପିଛା ଦର ୫.୮୦ ଟଙ୍କା, ୪୦୦ ୟୁନିଟ୍ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ନିର୍ଦ୍ଧାରିତ କରାଯାଇଛି। ବର୍ଦ୍ଧିତ ଦର ଏପ୍ରିଲ ୪ରୁ ଲାଗୁ ହେବା ନେଇ ସୂଚନା ଦିଆଯାଇଛି।
ଏହି ଦର ବିରୁଦ୍ଧରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନ୍ୟାୟାଳୟରେ ତୁରନ୍ତ ଆଶ୍ରୟ ନିଆଯିବା ଆବଶ୍ୟକ ଓ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହାକୁ ତୁରନ୍ତ ସ୍ଥଗିତ ରଖାଯାଉ ବୋଲି ସାଧାରଣରେ ଦାବି ଉଠିଲାଣି । ଓଡ଼ିଶା ସମାଚାର
Home / ବିଶେଷ / କରୋନା କାଳରେ ବିଜୁଳି ର କୋରଡ଼ା ମାଡ଼ : ୬ ମାସରେ ୨ ଥର ବୃଦ୍ଧି – କାହା ସ୍ୱାର୍ଥରେ ବିଦ୍ୟୁତ ନିୟାମକ ଆୟୋଗ ଓ ସରକାର ?