କେନ୍ଦ୍ରାପଡା, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନ ପାଠ୍ୟପୁସ୍ତକ ବୀତରଣ ଓ ବୀକ୍ରୟ ନିର୍ଦେଶକ ଭାବେ କାର୍ଯ୍ୟରତ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅଧିନ ଧାନମଣ୍ଡଳ ଗ୍ରାମର ବାସୀନ୍ଦା ଓଡିଶା ପ୍ରଶାସନିକ ସେବା ଅଧିକାରୀ(ଓ.ଏ.ଏସ.) ବିକାଶ କୁମାର ମହାପାତ୍ରଙ୍କୁ ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ.)କୁ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି । ବରିଷ୍ଠ ଓ.ଏ.ଏସ. ଅଧିକାରୀ ଶ୍ରୀ ମହାପାତ୍ର ପୂର୍ବରୁ କେନ୍ଦ୍ରାପଡାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଥିବା ସମୟରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ୱପ୍ନର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ବିସ୍ଥାପିତଙ୍କୁ ବଗପାଟିଆ ଠାରେ ଥଇଥାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାରେ ସରକାରଙ୍କ ଦାରିଦ୍ର୍ୟଦୂରିକରଣ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଓ ଉନ୍ନୟନ କାର୍ଯ୍ୟର କାର୍ଯ୍ୟକାରିତା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ପ୍ରଶଂସାର ପାତ୍ର ପାଲଟିଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରି ସରକାରଙ୍କ ବହୁ ଯୋଜନାକୁ ସଫଳତାର ସହ ରୂପାୟନ କରିବାରେ ଶ୍ରୀ ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ମହାପାତ୍ରଙ୍କ ପଦୋନ୍ନତି ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ପୁରପଲ୍ଲୀରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଥିବାର ଜଣାପଡିଛି । ଓଡ଼ିଶା ସମାଚାର