Saturday , April 1 2023
Breaking News
Home / ଶିକ୍ଷା / ଓଷ୍ଠାର କେନ୍ଦ୍ରାପଡା ବ୍ଲକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଓଷ୍ଠାର କେନ୍ଦ୍ରାପଡା ବ୍ଲକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

କେନ୍ଦ୍ରାପଡା,୨୭/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ ପରିସରରେ କେନ୍ଦ୍ରାପଡା ବ୍ଲକ ଓଷ୍ଟା ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସେହି ସମ୍ମିଳନୀରେ ଜିଲ୍ଲା ଓଷ୍ଟା ସମ୍ପାଦକ ତପନ କୁମାର ସିଂ, ରାଜ୍ୟ ଓଷ୍ଟାର କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ରାଜ୍ୟ ଓଷ୍ଟା ଉପଦେଷ୍ଟା ଅବନୀ କୁମାର ମହାନ୍ତି, ତୈ୍ରଲୋକ୍ୟ ସ୍ୱାଇଁ, ରାଜ୍ୟ ଓଷ୍ଟାର ପ୍ରାକ୍ତନ ସମ୍ପାଦକ ନିର୍ମଳ କୁମାର ନାୟକ, ଜିଲ୍ଲାର ପ୍ରାକ୍ତନ ସମ୍ପାଦକ ଦିବାକର ଜେନା, କେନ୍ଦ୍ରାପଡା ବ୍ଲକ ନୋଡାଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ଶ୍ୟାମସୁନ୍ଦରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବାବାଜି ଚରଣ ବାରିକ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକ ସଭାପତି ବଟକୃଷ୍ଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ସମ୍ପାଦକ ଅଜୟ କୁମାର ନାୟକ ସାଂଗଠନିକ ବିବରଣୀ ପଠନ କରିବା ସହ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ । ପଣ୍ଡିତ ପ୍ରତାପ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଜ୍ଞାନେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ଗଣତାନ୍ତ୍ରିକ ପଦ୍ଧତିରେ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶତାଧିକ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଆସନ୍ତା ତିନିବର୍ଷ ପାଇଁ କର୍ମକର୍ତା ଚୟନ କରାଯାଇଥିଲା । ନବ ନିର୍ବାଚିତ କେନ୍ଦ୍ରାପଡା ବ୍ଲକ ଓଷ୍ଟାର ନୂତନ କର୍ମକର୍ତା ଭାବେ ଲାଲବାହାଦୂର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କୁ ସଭାପତି, ନିକିରାଇ ମହାବୀର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରା ଓ ଶିକ୍ଷୟତ୍ରୀ ଶଶ୍ମିତା ମିଶ୍ର ଉପସଭାପତି, ଗୁଲନଗର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଲେଖ ଚନ୍ଦ୍ର ମହାନ୍ତି ସମ୍ପାଦକ, ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା ଓ ରାଜକିଶୋର ନାୟକ ସହ ସମ୍ପାଦକ, ଶିକ୍ଷୟତ୍ରୀ ପ୍ରତିମା ବିଶ୍ୱାଳ ସହ ସମ୍ପାଦିକା, ରାଜ୍ୟ ପରିଷଦ ସଦସ୍ୟ ଭାବେ ବଟକୃଷ୍ଣ ସାମଲ, ବାବାଜି ଚରଣ ନାୟକ ଓ ଅଜୟ କୁମାର ନାୟକ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଭାବେ ପ୍ରଭାକର ଆଚାର୍ଯ୍ୟ, ପଙ୍କଜ କୁମାର ବେହେରା, ପଙ୍କଜ କୁମାର ଦାସ, ନିରାକାର ସାମଲ ଓ ବସନ୍ତ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.