Thursday , May 26 2022
Breaking News
Home / ବିଶେଷ / ଅଲ୍ ଓଡ଼ିଶା ଯୋଗ ଆସୋସିଏସନର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ଅଲ୍ ଓଡ଼ିଶା ଯୋଗ ଆସୋସିଏସନର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

 ଭୁବନେଶ୍ୱର,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଅଲ ଓଡ଼ିଶା ଯୋଗ ଆସୋସିଏସନର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ୟୁନିଟ୍-୮, ଗୋପବନ୍ଧୁ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆସୋସିଏସନର ପ୍ରଥମ ପର୍ଯ୍ୟାୟ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ଶ୍ରୀ ନବକିଶୋର ମହାନ୍ତିଙ୍କ ତତ୍ୱାବଧନରେ ଡଃ ମନୋରଞ୍ଜନ ସାହୁ ସଭାପତି, ଦୀପ୍ତିରଞ୍ଜନ ମହାନ୍ତି ସମ୍ପାଦକ ଭାବେ ଚୟନ ହୋଇଥିବା ବେଳେ ଗିରିଜା ଶତପଥୀ, ନିବେଦିତା ସାହୁ, ଲକ୍ଷ୍ମୀନାରାୟଣ ପାଢୀ, ସୁନିଲ କୁମାର ଦେବତା, ହରିଚରଣ ଦାସଙ୍କ ବ୍ୟକ୍ତିତ୍ୱ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ଉପଦେଷ୍ଟା ମଣ୍ଡଳୀ ସେମାନଙ୍କ ମତପୋଷଣ କରି ଆଗାମୀ ଦୁଇବର୍ଷ ପାଇଁ କାର୍ଯ୍ୟକାରିଣୀ ସଭ୍ୟଭାବେ ଚୟନ କରିଛନ୍ତି । ଏହି ଚୟନ ପ୍ରକି୍ରୟାରେ ଉପଦେଷ୍ଟା ମଣ୍ଡଳୀ ମାନଙ୍କ ମଧ୍ୟରେ ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଡଃ ଭୁବନାନନ୍ଦ ପାଣି, ଶ୍ରୀ ଗଦାଧର ମହାପାତ୍ର, ଶ୍ରୀ ଅଜୟ କୁମାର ସାହୁ ସେମାନଙ୍କର ସୁଚିନ୍ତିତ ମତପୋଷଣ କରିବା ସହିତ ଓଡ଼ିଶାରେ ୫୦୦ରୁ ଅଧିକ ପିଜି ଡିଗ୍ରୀଧାରୀ ଯୋଗ ଶିକ୍ଷକଙ୍କ ପାଇଁ କାର୍ଯ୍ୟ କରିବାକୁ ଚୟନ ପ୍ରାର୍ଥୀଙ୍କୁ ଉପଦେଶ ଦେଇଥିଲେ । ଏଥିସହିତ ଶ୍ରୀ ମନୋଜ କୁମାର ରାଉତ ସମସ୍ତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …

Leave a Reply

Your email address will not be published. Required fields are marked *