Tuesday , March 28 2023
Home / ବିଶେଷ / ପାରାଦୀପ ବନ୍ଦ ସଂପୂର୍ଣ୍ଣ ସଫଳ

ପାରାଦୀପ ବନ୍ଦ ସଂପୂର୍ଣ୍ଣ ସଫଳ

ପାରାଦୀପ ୨୬/୦୩/୨୦୨୧(ଓଡ଼ିଶା ସମାଚାର)-ତିନି କଳା କୃଷି  କାନୁନ୍ କୁ  ବିରୋଧ କରି ଦୀର୍ଘ ୪ମାସ ଧରି ଦିଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ହୋଇଥିବା ଭାରତ ବନ୍ଦ ପାରାଦୀପରେ ସଂପୁର୍ଣ୍ଣ ସଫଳ ହୋଇଛି । ସକାଳୁ ଏଠାରେ ସଂପୂର୍ଣ୍ଣ ଭାବେ ଯାନବାହାନ ଚଳପ୍ରଚଳ ବନ୍ଦ ରହିଥିଲା । ଦୋଛକି ଓ ଅଠରବାଙ୍କିରେ ଆନ୍ଦୋଳନକାରୀ ମାନେ ରାସ୍ତାକୁ ସଂପୂର୍ଣ୍ଣ ଭାବେ ସିଲ୍ କରି ରଖିଥିଲେ । ସେହିପରି କିଛି ସମୟ ପାଇଁ କେତେକ ବ୍ୟାଙ୍କ ଖୋଲିଥିବା ସୂଚନା ପାଇ ଆନ୍ଦୋଳନକାରୀ ପିକେଟିଂ କରି ସମସ୍ତ ବ୍ୟାଙ୍କ ଓ ଦୋକାନ ବଜାର ବନ୍ଦ କରିଥିଲେ । ଏହାଛଡ଼ା ଅଧିକାଂଶ ସ୍ଥାନରେ ଲୋକମାନେ ସ୍ୱତଃସ୍ପୁର୍ତ ଭାବେ ଆନ୍ଦୋଳନକୁ ସମର୍ଥନ ଦେଇ ନିଜ ନିଜର ଦୋକାନ ବଜାର ବନ୍ଦ ରଖିଥିବା ଦେଖାଯାଇଥିଲା । ମୋଟାମୋଟି ପାରାଦୀପରେ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.