ନିରାକାରପୁର, ୨୬/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧୀନସ୍ଥ କମାଗୁରୁ ପଂଚାୟତ କମାଗୁରୁ ଅରିସଲ ରାସ୍ତା କଡ଼ ଜଙ୍ଗଲରେ ନିଆଁ ଲାଗି ୧୦୦ ଏକରରୁ ଅଧିକ ଗଛ ପୋଡ଼ି ଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ଟାଙ୍ଗୀ ଓ ରଣପୁର ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ କି କୈାଣସି ଦୁର୍ବୃତ ଦିନ ୧୨ଟା ସମୟରେଏହି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବାରୁ ଦ୍ରୁତଗତିରେ ନିଆଁ ଜଙ୍ଗଲରେ ବ୍ୟାପି ଯାଇଥିଲା ।ଗାଁ ଲୋକେ ଏହା ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳକୁ ଟାଙ୍ଗୀ ଓ ରଣପୁର ଦମକଳ ବାହିନୀ ଆସି ନଆଁକୁ ଆୟ କରିବାକୁ ଚେଷ୍ଟା କରି ସନ୍ଧ୍ୟା ବେଳକୁ ଆୟତକୁ ଆଣିଥିଲେ ।୧୦୦ଏକରରୁ ଅଧିକ ପରିମିତ ଜାଗାରେ ଥିବା କାଜୁ, ଆମ୍ବ ଓ ଆକାଶିଆ,ପଟାସ ଗଛ ପୋଡ଼ି ଯାଇଥିବା ସୂଚନା ମିଳିଛି । ଗତକାଲି ରାମେଶ୍ୱର ଜଙ୍ଗଲରେ ନିଆଁ ଲାଗି ୩ ଏକର ଜାଗାର ଗଛ ପୋଡ଼ିଯାଇଥିଲା । ଦିନକୁ ଦିନ ଜଙ୍ଗଲମାନଙ୍କରେ ଦୁବୃର୍ତ ନିଆଁ ଲଗାଇବା କାରଣରୁ ମୂଲ୍ୟବାନ ଗଛ ନଷ୍ଟ ହେବା ସହ ବନ୍ୟଜନ୍ତୁ ପୋଡ଼ି ମରିଯାଉଛନ୍ତି । ବିଭିନ୍ନ ଜାଗାରେ ଗଛ ପୋଡ଼ି ପଥର ମାଫିଆମାନେ ଜାଗା ସଫା କରି ପଥର ଖଣି କରିବା ଓ କିଛି ଲୋକ ଉଦ୍ଧେଶ୍ୟମୂଳକଭାବେ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ମଧ୍ୟ ହେଉଛି । ଓଡ଼ିଶା ସମାଚାର