Saturday , April 1 2023
Breaking News
Home / ବିଶେଷ / ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ୩୩ତମ ବାର୍ଷିକ ଅନନ୍ତ ବିଶ୍ୱକଲ୍ୟାଣ ମହାଯଜ୍ଞ ଉପଲକ୍ଷେ ଜଳ ସଂଗ୍ରହ

ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ୩୩ତମ ବାର୍ଷିକ ଅନନ୍ତ ବିଶ୍ୱକଲ୍ୟାଣ ମହାଯଜ୍ଞ ଉପଲକ୍ଷେ ଜଳ ସଂଗ୍ରହ

ନିରାକାରପୁର, ୨୫/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ବାଲିଗାଡ଼ିଆସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ୩୩ତମ ବାର୍ଷିକ ଅନନ୍ତ ବିଶ୍ୱ କଲ୍ୟାଣ ମହାଯଜ୍ଞ ୨୪ ତାରିଖରୁ ଆରମ୍ଭ ହୋଇଛି । ଆଜି ମହାସମାରୋହରେ ନିକଟସ୍ଥ ମଲାଗୁଣୀ ନଦୀର ଜଳକୁ କଳସରେ ପୂର୍ଣ୍ଣ କରି ଏକ ବର୍ଣ୍ଣାଢ଼୍ୟ ଶୋଭା ଯାତ୍ରାରେ ନିଆଯିବା ପରେ ଘଟସ୍ଥାପନା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଯଜ୍ଞ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଥିବାବେଳେ ପ୍ରତ୍ୟହ ସୂର୍ଯ୍ୟପୂଜା, ହୋମଯଜ୍ଞ, ନାମସଂକୀର୍ତନ, ସର୍ବ ଦେବାଦେବୀ ପୂଜା ଓ ଆହୁତି ପ୍ରଦାନ କରାଯିବ । ୨୮ ତାରିଖ ଦିନ ଅପରାହ୍ନରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ଜଟିଆ ବାବା ସମେତ  ବାଲିଗାଡ଼ିଆ ,ଜଙ୍କିଆ ଗ୍ରାମବାସୀମାନେ ପରିଚାଳନା କରୁଥିବା ଜଣାପଡ଼ିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.