ଢେଙ୍କାନାଳ,୨୫/୦୩/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗର ଅଞ୍ଚଳରେ ବାର୍ହା ଶିକାର ପାଇଁ ଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଉକ୍ତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ । ମହିଳା ଜଣଙ୍କ କଙ୍କଡାହାଡ ଥାନା ଅନ୍ତର୍ଗତ ତଳସାହି ଗାଁର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଓଡ଼ିଶା ସମାଚାର