ୟୁନିୟନରେ ଯୋଗ ଦେଲେ ୭୨ ଆଇଓଏଚପି କର୍ମଚାରୀ
ପାରାଦୀପ ୨୫/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରରେ ଥିବା ପାରାଦ୍ୱୀପ ପୋର୍ଟ ୱାର୍କର୍ସ ୟୁନିୟନ କାର୍ଯ୍ୟଳୟ ପରିସରରେ ଏକ ବନ୍ଧୁ ମିଳନ ଓ ନୂତନ ସଭ୍ୟ ଗ୍ରହଣ ପରିପ୍ରେକ୍ଷୀରେ ଏକ ସ୍ୱାଗତ ସଭା ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ବନ୍ଦରର ଆଇଓଏଚପି ବିଭାଗର ୭୨ ଜଣ ଠିକା କର୍ମଚାରୀବେ ସ୍ୱେଛାକୃତ ଭାବେ ୟୁନିୟନର କାର୍ଯ୍ୟଶୈଳି ଓ ନେତୃବୃନ୍ଦଙ୍କ ଦକ୍ଷତାରେ ପ୍ରଭାବିତ ହୋଇ ସେମାନଙ୍କ ଉପରେ ଆସ୍ଥା ରଖି ଯୋଗ ଦେଇଥିବା ନୂତନ ସଦସ୍ୟମାନେ ସୂଚନା ଦେଇଛନ୍ତି । ସେମାନଙ୍କୁ ୟୁନିୟନର କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ଦାସ, ଉପସଭାପତି ଗୁଣନିଧି ଚୈଧୁରୀ, ସହ- ସଂପାଦକ ଗୁରୁପଦ ମିଶ୍ର, କୋଷାଧ୍ୟକ୍ଷ ବ୍ରିଜେସ କୁମାର ଲେଙ୍କା ଓ ସାଧାରଣ ସଂପାଦକ ନୃସିଂହ ପ୍ରସାଦ ଶତପଥି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟୁନିୟନର ପଂଚାନନ ଧାରୁଆ, ମନୋଜ ପରିଡା ଓ ଇଂ ପ୍ରଭାସ ଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ । ନୂତନ ସଭ୍ୟମାନେ ଚାକିରୀ କ୍ଷେତ୍ରରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ନିଜର ଅଭିଜ୍ଞତା କହିବା ସହ ଏହାର ନିରାକରଣ ଓ ସେମାନଙ୍କ ଦାବି ବିଷୟରେ ୟୁନିୟନର କର୍ମକର୍ତାଙ୍କ ସହ ଆଲୋଚନା କରିଥରଲେ । ସାଧାରଣ ସଂପାଦକ ନୃସିଂହ ଶତପଥି ସମସ୍ତ ନୂତନ ସଦସ୍ୟ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପାରାଦ୍ୱୀପ ପୋର୍ଟ ୱାର୍କର୍ସ ୟୁନିୟନ ପରିବାରକୁ ସ୍ୱାଗତ କରିଥିଲେ । ସୂଚନା ଥାଉକି ଶ୍ରୀ ଶତପଥି ୟୁନିୟନର ସାଧାରଣ ସଂପାଦକ ଦାୟୀତ୍ୱ ଗ୍ରହଣ କଲା ପରେ ତାଙ୍କର ସାଂଗଠନିକ ଦକ୍ଷତାରେ ପ୍ରଭାବିତ ହୋଇ ବହୁ କର୍ମଚାରୀ ଏହି ୟୁନିୟନ ପ୍ରତି ଆକୃଷ୍ଟ ହେଉଥିବାର ଦେଖା ଯାଉଛି । ଓଡ଼ିଶା ସମାଚାର