ପାରାଦୀପ ୨୫/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ସାହିତ୍ୟ ସଂସଦ ଓ ପାରାଦ୍ୱୀପ ଲେଡିଜ୍ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଏକ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ମଧୁବନସ୍ଥିତ ଶ୍ରମିକ ଭବନ ସଭା ଗୃହରେ ମାର୍ଚ୍ଚ ୨୪ ତାରିଖ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ସାହିତ୍ୟ ସଂସଦର ସଂପାଦକ ପ୍ରଶାନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଓଡିଶା ସାହିତ୍ୟ ଏକାଦେମୀର ପ୍ରାକ୍ତନ ସଭ୍ୟ ତଥା ବରିଷ୍ଟ ସ୍ତମ୍ଭକାର ଅକ୍ଷୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟର ପରିସର ସର୍ବ ବ୍ୟାପକ ଏବଂ କବି ଓ ଲେଖକ ଏହି ସାମଗ୍ରିକ ସଭାର ଏକ କ୍ଷୁଦ୍ର ଶକ୍ତଶାଳୀ ଅଂଶ ବିଶେଷ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ସାହିତ୍ୟ ଏକାଦେମୀ ପୁରଷ୍କାର ପ୍ରାପ୍ତ କବି ପିତାମ୍ବର ତରାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କବି ନିର୍ଭୟ ଏବଂ କବିତା ମଣିଷପଣିଆର ବାର୍ତା ପ୍ରଚାର କରେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ସାହିତ୍ୟ ସଂସଦର ସଭାନେତ୍ରୀ ତଥା ସୂର୍ଯ୍ୟମୁଖୀର ସଂପାଦିକା ହାରାମଣୀ ମହାପାତ୍ର, କବୟିତ୍ରୀ ତୁଳସୀ ବରାଳ, ପ୍ରିତି ଆରତୀ ପରିଜା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଏହି ସାହିତ୍ୟ ସଭା ଆଲୋଚନା ଚକ୍ରରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପାରାଦ୍ୱୀପ ଲେଡିଜ୍ କ୍ଳବ ପକ୍ଷରୁ ଲୋପାମୁଦ୍ରା ମହାନ୍ତି, ସୀମାଶ୍ରୀ ନାୟକ, ପୁଷ୍ପାଞଳୀ ସାହୁ, ଗୀତାଞଳୀ ସେଠୀ, ସୁଶ୍ରୀ ନରେନ୍ଦ୍ର, ରଶ୍ମୀ ଆଚାର୍ଯ୍ୟ ଓ ପ୍ରିତି ପରିଜାଙ୍କ ସମେତ ବହୁ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନୃସିଂହ ଚରଣ ବାରିକ, ପିନାକୀ ରାଉତ, ସଂଜୟ କୁମାର ମିଶ୍ର, ସତ୍ୟଜୀତ ରାଉତ ଓ ରମାକାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର