Tuesday , March 21 2023
Breaking News
Home / ରାଜନୀତି / ଡଃ.କଳ୍ପନା ମଲ୍ଲିକ ବିଜେପି ଅନୁସୂଚିତ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ମନୋନୀତ

ଡଃ.କଳ୍ପନା ମଲ୍ଲିକ ବିଜେପି ଅନୁସୂଚିତ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ମନୋନୀତ

କେନ୍ଦ୍ରାପଡା,୨୫/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜେପିର ଉପସଭାନେତ୍ରୀ ତଥା ବିଶିଷ୍ଟ କବୟତ୍ରୀ ଡଃ. କଳ୍ପନା ମଲ୍ଲିକଙ୍କୁ ବିଜେପି ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଭାବେ ମନୋନୀତ କରାଯାଇଛି । ଏଥିପାଇଁ ଡଃ. ମଲ୍ଲିକ ବିଜେପି ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନରାମ ମାନଝି,  କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କୁ  କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତିକୁ ନେଇ କେନ୍ଦ୍ରାପଡାରେ ଖୁସିର ଲହରୀ ଖେଳିଯାଇଛି । ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ସଂଗଠନ ଆଗାମୀ ଦିନରେ ଡଃ. ମଲ୍ଲିକଙ୍କ ନେତୃତ୍ୱରେ  ମଜଭୁତ ହୋଇପାରିବ ବୋଲି ବହୁ ବିଜେପିର ବହୁ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ ଡଃ. ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.