Monday , March 27 2023
Breaking News
Home / ବିଶେଷ / କୋଭିଡ ନିୟମ ପାଳନ ପୂର୍ବକ ନିରାଡମ୍ବରଭାବେ ଜିଲ୍ଲା ପ୍ରତିଷ୍ଠା ଓ ଉତ୍କଳ ଦିବସ ପାଳନ ହେବ

କୋଭିଡ ନିୟମ ପାଳନ ପୂର୍ବକ ନିରାଡମ୍ବରଭାବେ ଜିଲ୍ଲା ପ୍ରତିଷ୍ଠା ଓ ଉତ୍କଳ ଦିବସ ପାଳନ ହେବ

କେନ୍ଦ୍ରାପଡା, ୨୫/୦୩/୨୦୨୧(ଓଡ଼ିଶା ସମାଚାର)-କୋଭିଡ ନିୟମ ପାଳନ ପୂର୍ବକ ନିରାଡମ୍ବର ଭାବେ ଜିଲ୍ଲା ପ୍ରତିଷ୍ଠା ଓ ଉତ୍କଳ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଭିଡ-୧୯ ଗାଇଡ ଲାଇନ କିଭଳି ସୂଚାରୁ ରୂପେ ପାଳନ କରାଯିବ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ଏ.ଡି.ଏମ. । ସେଦିନ ପ୍ରାତଃ ୪ଟା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପ୍ରଚାର କରାଯିବା ପରେ ସକାଳ ୭ଟା ୫ମିନିଟ ଠାରୁ ୮ଟା ୨୦ ମିନିଟ ପର୍ଯ୍ୟନ୍ତ ସହରରେ ବିଭିନ୍ନ ସ୍ଥାନରେ ଥିବା ଉତ୍କଳର ବରପୁତ୍ର ଏବଂ ସୁଯୋଗ୍ୟ ସନ୍ତାନମାନଙ୍କ ପ୍ରତିମୂର୍ତିରେ ସର୍ବାଧିକ ୧୦ଜଣ ଅତିଥିଙ୍କୁ ନେଇ ସାମାଜିକ ଦୂରତା ରକ୍ଷା ପୂର୍ବକ ମୁହଁରେ ମାସ୍କ ପିନ୍ଧି ସାମୁହିକ ମାଲ୍ୟାର୍ପଣ କରାଯିବ । ୨୮ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ  ଆଲୋକମାଳାରେ ସଜିତ କରାଯିବ । ସେଦିନ ସନ୍ଧ୍ୟାରେ ପୌରସଂସ୍ଥା ଟାଉନହଲରେ ୧୫୦ଜଣ ନିମନ୍ତ୍ରିତ ଅତିଥିମାନଙ୍କୁ ନେଇ ସାଧାରଣ ସଭା ଓ ପୁରସ୍କାର ବୀତରଣ ଉତ୍ସବ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ପୌରସଂସ୍ଥା, ପୂର୍ତ ବିଭାଗ, ସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ, କେନ୍ଦ୍ରାପଡା କଲେଜ, ତୁଳସୀ ମହିଳା କଲେଜ, କେନ୍ଦ୍ରାପଡା ଓକିଲ ସଙ୍ଘ, କେନ୍ଦ୍ରାପଡା ବିଡିଓ ଏବଂ ତହସିଲଦାର ପ୍ରମୁଖ ସେମାନଙ୍କ ବିଭାଗୀୟ କାର୍ଯ୍ୟ ଏବଂ ଉତ୍ସବରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଜିଲ୍ଲା ଓକିଲ ସଙ୍ଘ ସଭାପତି ସରୋଜରାଜ ସିଂ, ତୁଳସୀ ମହିଳା କଲେଜ ଅଧ୍ୟକ୍ଷ, ଡା. ନୃପେନ୍ଦ୍ର ଶତପଥୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଜୟାନନ୍ଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.