Wednesday , March 29 2023
Home / ବିଶେଷ / କରୋନା ରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ପାରାଦୀପ ବନ୍ଦର ର ପଚାଶ ଲକ୍ଷ ଟଙ୍କାର ସହାୟତା

କରୋନା ରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ପାରାଦୀପ ବନ୍ଦର ର ପଚାଶ ଲକ୍ଷ ଟଙ୍କାର ସହାୟତା

ପାରାଦୀପ ୨୫/୦୩/୨୦୨୧(ଓଡ଼ିଶା ସମାଚାର)-  ସଂପ୍ରତି କୋଭିଡ୍-୧୯  ରେ ଆକ୍ରାନ୍ତ ହୋଇ ଗତ ଅକ୍ଟୋବର ମାସରେ ପାରାଦୀପ ବନ୍ଦର ଚିକିତ୍ସାଳୟ ର କର୍ମଚାରୀ ତ୍ରୀନାଥ ଚରଣ ଲେଙ୍କା ମୃତ୍ୟୁବରଣ କରିଥିଲେ । ପୂର୍ବ ରୁ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଏ ସଂପର୍କ ରେ ନିର୍ଦ୍ଧେଶନାମା ଜାରୀ କରିଥିଲେ ଯଦି କେହି ବନ୍ଦର କର୍ମଚାରୀ କରୋନା ରେ ମୃତ୍ୟୁବରଣ କରନ୍ତି ମୃତକଙ୍କ ପରିବାର କୁ ପଚାଶ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯିବ ।ଏହି କ୍ରମରେ ପାରାଦୀପ ବନ୍ଦର ପକ୍ଷରୁ ଗୁରୁବାର ଦିନ ଅପରାହ୍ନରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ସ୍ୱର୍ଗତ ଲେଙ୍କାଙ୍କ ସହଧର୍ମିଣୀ ସବିତା ଲେଙ୍କାଙ୍କୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ବନ୍ଦରର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ପଣ୍ଡା ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପଚାଶ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରାଯାଇଛି ।   ସ୍ୱର୍ଗତ ଲେଙ୍କା ପାରାୀପ ବନ୍ଦର ଚିକିତ୍ସାଳୟ ରେ ଅବସର ପରେ ଅସ୍ଥାୟୀ ଭାବେ ଡ୍ରେସର ଭାବେ କାମ କରୁଥିଲେ । ଏହି  ସମୟରେ କରୋନା ରେ ସଂକ୍ରମିତ ହୋଇ ସ୍ୱର୍ଗତ ଲେଙ୍କାଙ୍କର ମୃତ୍ୟୁ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.