Thursday , March 23 2023
Home / ତାଜା ଖବର / ଅଗ୍ନିକାଣ୍ଡରେ ୨୦ ବଖରା ଗୁହାଳ ଭସ୍ମୀଭୂତ – ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି

ଅଗ୍ନିକାଣ୍ଡରେ ୨୦ ବଖରା ଗୁହାଳ ଭସ୍ମୀଭୂତ – ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି

ଭୁବନ ୨୫/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ଗ୍ରାମରେ ଆଜି ଅପରାହ୍ନ ୩ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ବଖରା ଗୁହାଳ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ଓ ତାଙ୍କ ସାନଭାଇ ପ୍ରଦ୍ୟୁମ୍ନ କୁମାର ଜେନା ଙ୍କ ଡାଏରୀ ଫର୍ମରେ କୌଣସି କାରଣରୁ ଆଜି ଦିନ ୩.୧୫ ମିନିଟ ସମୟରେ ଅଚାନକ ନିଅାଁ ଲାଗିଥିଲା । ଚାହୁଁ ଚାହୁଁ ନିମିଶକ ମଧ୍ୟରେ ୨୦ ବଖରା ଚାଳ ଛପର ଗୁହାଳ ପୋଡି ଛାରଖାର ହୋଇଯାଇଥିଲା । ଗୁହାଳରେ ଥିବା ଲକ୍ଷାଧିକ ଟଙ୍କାର ବିଭିନ୍ନ କୃଷି ଯନ୍ତ୍ରପାତି, ମୂଲ୍ୟବାନ କାଠ, ପଟ୍ଟା ସମେତ ସାର ବସ୍ତା ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ପ୍ରାୟ ୩୦ ରୁ ଉଦ୍ଧ୍ୱର୍ ଗାଈ ଚରିବାକୁ ଯାଇଥିବାରୁ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ନିଆଁକୁ ଆୟତ କରିଥିଲେ । ଗଡନୃସିଂହପ୍ରସାଦ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ପଲିଥିନ ଯୋଗାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.