Saturday , September 25 2021
Breaking News
Home / କ୍ରୀଡ଼ା / ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ ପାରାଦୀପ ପୋର୍ଟ କ୍ରିକେଟ୍ ଜିଲ୍ଲା ଦ୍ୱାରା ଆସନ୍ତା ମାର୍ଚ୍ଚ ୨୬ତାରିଖ ଶୁକ୍ରବାର ଦିନ ଠାରୁ ଏପି୍ରଲ ୭ତାରିଖ ପର୍ଯ୍ୟନ୍ତ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟରେ ପାରାଦୀପ ମୁନିସିପାଲିଟି ଅଂଚଳର ୧୨ଟି କ୍ଲବ ଯଥା ଅଫିସର୍ସ କ୍ଲବ, ପୋର୍ଟ କ୍ଲବ, ଡକ୍ ରିକ୍ରେସନ କ୍ଲବ, ପାରାଦୀପ କିକ୍ରେଟ କ୍ଲବ, ପାରାଦୀପ କିକ୍ରେଟ ଏକାଡେମୀ-୧ ଓ ଏକାଡେମୀ-୨, ସମ୍ରାଟ ମେମୋରିଆଲ କ୍ଲବ, ଡାଇମଣ୍ଡ କ୍ଲବ-୧, ଡାଇମଣ୍ଡ କ୍ଲବ-୨, ମଦର ଇଣ୍ଡିଆ, ବ୍ଳୁଷ୍ଟାର ଓ ପାରାଦୀପ ସ୍ପୋଟିଙ୍ଗ୍ କ୍ଲବ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଂଟର ପ୍ରତ୍ୟେକ ଦଳରେ ସିନିୟର ୧୦ଜଣ ଓ ୧୯ବର୍ଷରୁ କମ୍ ୫ଜଣ ଖେଳାଳୀ ରହିବେ ଏବଂ ଖେଳୁଥିବା ୧୧ଜଣଙ୍କ ମଧ୍ୟରେ ୭ଜଣ ସିନିୟର ଓ ୪ଜଣ ୧୯ବର୍ଷରୁ କମ୍ ଖେଳାଳୀ ରହିବା ବାଧ୍ୟତା ମୂଳକ କରାଯାଇଛି । ୧୪ବର୍ଷରୁ କମ୍ ବୟସର ଖେଳାଳୀ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇ ପାରିବେ ନାହିଁ ବୋଲି ଓସିଏ ଗାଇଡଲାଇନ୍ ରେ ଦର୍ଶାଯାଇଥିବା ଜଣା ପଡିଛି ।  ଓଡ଼ିଶା ସମାଚାର

About admin

Check Also

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା …

Leave a Reply

Your email address will not be published. Required fields are marked *