Wednesday , March 29 2023
Home / ବିଶେଷ /      ୧୩ ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

     ୧୩ ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

 ଭୁବନ ୨୪/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ଲକ୍ଷ୍ମୀଛକ ଠାରେ ୧୩ ତମ  ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ସୋମବାର ଅପରାହ୍ନରେ ଶତାଧିକ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ଘଟସ୍ଥାପନ କରିଥିଲେ । ମଙ୍ଗଳବାର ପ୍ରାତଃ ସମୟରୁ ନାମଯଜ୍ଞ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୂତୀ ଦିଆଯାଇଥିଲା । ଏଥିରେ ୨୦ ରୁ ଉଦ୍ଧ୍ୱର୍ ସଂକୀର୍ତନ ମଣ୍ଡଳୀ ଯୋଗଦେଇଥିଲେ । ମହିଳା କୀର୍ତନମଣ୍ଡଳୀ ଙ୍କ କୀର୍ତନ ସବୁଠାରୁ ଆକର୍ଷଣ ସାଜିଥିଲା । ଆଜି ଅପରାହ୍ନରେ ନଗର କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସଂଧ୍ୟାରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା । ବନବିହାରୀ ପୃଷ୍ଟି,ଚକ୍ରଧର ସାହୁ,କେଶବ ସାହୁ,କ୍ଷେତ୍ରବାସୀ ପୃଷ୍ଟି,ଦୁର୍ଯ୍ୟୋଧନ ସାହୁ,ରୋହିତ ପୃଷ୍ଟି,ଶଙ୍କର୍ଷଣ ପୃଷ୍ଟି,କୃଷ୍ଣଚନ୍ଦ୍ର ସାହୁ ଙ୍କ ସମେତ  ସାହିବାସିନ୍ଦା ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.