ନିରାକାରପୁର, ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଲଘୁ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀଶୀଳ କରିବା ଉଦ୍ଧେଶ୍ୟରେ ନାର୍ବାଡ଼ ଭୁବନେଶ୍ୱର, ଓଡ଼ିଶାଙ୍କ ସହାୟତାରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ବିଶ୍ୱ ଜୀବନ ସେବା ସଂଘ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡ଼ିଆ ପଂଚାୟତ କାଶୀପୁର ଓ ନୂଆଗଡ଼ ପଂଚାୟତ ହରିପୁର ଗ୍ରାମରେ ମହିଳାମାନଙ୍କୁ ୧୫ ଦିନିଆ ଏକ ଟେଲରିଙ୍ଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉପସ୍ଥିତ ଅତିଥିମାନେ ଉଦଘାଟିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ନାବାର୍ଡ଼ ଭୁବନେଶ୍ୱର ଏଜିଏମ ଶ୍ରୀ ଏନ.ଏଲ ସାହୁ, ନାବାର୍ଡ଼ ଅଧିକାରୀ ସୁବାଷ ଚନ୍ଦ୍ର ମଙ୍ଗରାଜ ଓ ବିଶ୍ୱ ଜୀବନ ସେବା ସଂଘ ସାଧାରଣ ସଂପାଦକ ବୈଦ୍ୟନାଥ ବରାଳ ପ୍ରମୁଖ ଉପସ୍ଥିତ ରହି ମହିଳାମାନେ ନିଜକୁ ସ୍ୱାବଲମୀ ହେବାକୁ ପ୍ରୋତ୍ସାହିତ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମାଲି ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ଜୀବନ ସେବା ସଂଘ ପ୍ରୋଗ୍ରାମ ମ୍ୟାନେଜର ଅକ୍ଷୟ କୁମାର ମଙ୍ଗରାଜ ପରିଚାଳନା କରିଥିଲେ । ଆଜିଠାରୁ ୧୫ ଦିନ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବା ସହ ଉଦଯାପନୀ ଉତ୍ସବରେ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଓଡ଼ିଶା ସମାଚାର