ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ ପାରାଦୀପ ପୋର୍ଟ କ୍ରିକେଟ୍ ଜିଲ୍ଲା ଦ୍ୱାରା ଆସନ୍ତା ମାର୍ଚ୍ଚ ୨୬ତାରିଖ ଶୁକ୍ରବାର ଦିନ ଠାରୁ ଏପି୍ରଲ ୭ତାରିଖ ପର୍ଯ୍ୟନ୍ତ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟରେ ପାରାଦୀପ ମୁନିସିପାଲିଟି ଅଂଚଳର ୧୨ଟି କ୍ଲବ ଯଥା ଅଫିସର୍ସ କ୍ଲବ, ପୋର୍ଟ କ୍ଲବ, ଡକ୍ ରିକ୍ରେସନ କ୍ଲବ, ପାରାଦୀପ କିକ୍ରେଟ କ୍ଲବ, ପାରାଦୀପ କିକ୍ରେଟ ଏକାଡେମୀ-୧ ଓ ଏକାଡେମୀ-୨, ସମ୍ରାଟ ମେମୋରିଆଲ କ୍ଲବ, ଡାଇମଣ୍ଡ କ୍ଲବ-୧, ଡାଇମଣ୍ଡ କ୍ଲବ-୨, ମଦର ଇଣ୍ଡିଆ, ବ୍ଳୁଷ୍ଟାର ଓ ପାରାଦୀପ ସ୍ପୋଟିଙ୍ଗ୍ କ୍ଲବ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଂଟର ପ୍ରତ୍ୟେକ ଦଳରେ ସିନିୟର ୧୦ଜଣ ଓ ୧୯ବର୍ଷରୁ କମ୍ ୫ଜଣ ଖେଳାଳୀ ରହିବେ ଏବଂ ଖେଳୁଥିବା ୧୧ଜଣଙ୍କ ମଧ୍ୟରେ ୭ଜଣ ସିନିୟର ଓ ୪ଜଣ ୧୯ବର୍ଷରୁ କମ୍ ଖେଳାଳୀ ରହିବା ବାଧ୍ୟତା ମୂଳକ କରାଯାଇଛି । ୧୪ବର୍ଷରୁ କମ୍ ବୟସର ଖେଳାଳୀ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇ ପାରିବେ ନାହିଁ ବୋଲି ଓସିଏ ଗାଇଡଲାଇନ୍ ରେ ଦର୍ଶାଯାଇଥିବା ଜଣା ପଡିଛି । ଓଡ଼ିଶା ସମାଚାର