ଭୁବନ ୨୪/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନ ସହର ଉପକଣ୍ଠସ୍ଥ ଶ୍ରୀ ଶ୍ରୀ ନିଗମାନନ୍ଦ ଶାନ୍ତି ଆଶ୍ରମ, ଭୂଷଳ ଠାରେ ଠାକୁର ମହାରାଜାଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୭ ଘଟିକା ରୁ ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ମହାସ୍ନାନ ଓ ଚଣ୍ଡୀପାଠ କରାଯାଇ ଅପରାହ୍ନ ୧ ଘଟିକା ସମୟରେ ପୂର୍ଣ୍ଣାହୂତୀ ଦିଆଯାଇଥିଲା । ଶାନ୍ତି ଆଶ୍ରମର ମୁଖ୍ୟ ମାହାମାୟା ସରସ୍ୱତୀ ଙ୍କ ତତ୍ୱାବଧାନ ଓ ଆସାମ ବଙ୍ଗୀୟ ସାରସ୍ୱତ ମଠର ପୂଜ୍ୟପାଦ ମହନ୍ତ ମହାରାଜା ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପନ୍ନ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଅଂଚଳ ସମେତ ରାଜ୍ୟର କୋଣ ଅନୁକୋଣରୁ ସହଶ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ । ଶାନ୍ତି ଆଶ୍ରମର ସେବକ ଓ ଭକ୍ତ ମାନେ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ କରିଥିଲେ । ଓଡ଼ିଶା ସମାଚାର