Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବନ୍ଦର ଏମସିଏଚପିରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ

ବନ୍ଦର ଏମସିଏଚପିରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ

  ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ଯାନ୍ତ୍ରୀକ କୋଇଲା ସଂଯନ୍ତ୍ର ବା ଏମସିଏଚପି ଦ୍ୱାରା ତାପଜ କୋଇଲା ବୋଝେଇରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେପ୍ (ବୃହତ) ଆକାର ଜାହାଜ ଏମଭି ଓରିଅନ-୧ରେ ୨୨ଘା ୨୫ମିନିଟ୍ ସମୟ ମଧ୍ୟରେ ୧ ଲକ୍ଷ ୩୬ ହଜାର ୨୯୪ଟନ୍ ତାପଜ କୋଇଲା ବୋଝେଇ ହୋଇ ଏହି କିର୍ତୀମାନ ସ୍ଥାପିତ ହୋଇଛି । ଅର୍ଥାତ ଘଂଟାପ୍ରତି କୋଇଲା ବୋଝେଇ ହାର ୬୦୮୦ ଟନ୍ ବା ଦିନ ପ୍ରତି ୧,୪୫.୯୨୧ ଟନ୍ ରହିଛି । ଏମସିଏଚପିର ଏହି କୃତିତ୍ୱ ନେଇ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପ୍ରକାର ଉକôୃଷ୍ଟ ପ୍ରଦର୍ଶନ ଏବଂ ଗ୍ରାହକ ମାନଙ୍କ ପ୍ରଶଂସା ଆମ ଲାଗି ସବୁଠାରୁ ସନ୍ତୋଷର ବିଷୟ ଏବଂ ଭବିଷ୍ୟତରେ ଆମକୁ ଅଧିକ ପ୍ରେରଣା ଯୋଗାଇ ଥାଏ । ସୂଚନାଥାଉକି, ପୂର୍ବରୁ ୨୦୧୯ ଏପ୍ରିଲ ୨୪ତାରିଖରେ ଏମଭି ହଷ୍ଟନ ଜାହାଜରେ ୧,୩୩,୬୪୨ଟନ ତାପଜ କୋଇଲା ବୋଝେଇ ହୋଇଥିଲା । ଯାହାକି ଘଂଟାପ୍ରତି ହାର ୫୭୪୮ ଟନ୍ ବା ଦିନ ପ୍ରତି ୧,୩.୯୫୩ ଟନ୍ ଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.