ଭୁବନ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ପଂଚାୟତ କଣପାଳ ଗ୍ରାମର ଫଗୁନାଥ ବେହେରା ଙ୍କ ପୁଅ ପ୍ରଦୀପ ବେହେରା (୩୮) ଦୀର୍ଘ ୮ ବର୍ଷ ହେଲା ଫେରାର ଥିବା ବେଳେ ତାଙ୍କୁ ଗିରଫ କରିବାରେ ଭୁବନ ପୋଲିସ ସକ୍ଷମ ହୋଇଛି । ୨୦୧୩ ମସିହାରେ ଏକ ଦୁଷ୍କର୍ମ ଘଟଣାରେ ପୋଲିସ କେଶ ନଂ – ୨୦/୨୦୧୩ ରେ ମାମଲା ରୁଜ୍ଜୁ କରିଥିବା ବେଳେ ମୁଖ୍ୟ ଅଭିଯୁ୍କ୍ତ କୁହାଯାଉଥିବା ପ୍ରଦୀପ ପୋଲିସ ଆଖିରେ ଧୂଳିଦେଇ ଦୀର୍ଘ ୮ ବର୍ଷ ହେଲା ଘୁରି ବୁଲୁଥିଲା । ଗାଁ କୁ ଆସିଥିବା ଖବର ପାଇ ଭୁବନ ଥାନାର ଏସଆଇ ବିକାଶ ଚନ୍ଦ୍ର ବେହେରା ସଦଳ ବଳେ ଆଜି ଭୋର ସମୟରେ ତାଙ୍କ ଘରେ ଚଢାଉକରି ଅଭିଯୁକ୍ତ ପ୍ରଦୀପ କୁ ଗିରଫ କରି ଥାନାକୁ ଆଣିଥିଲେ । ପ୍ରଦୀପ ନାମରେ ବାରମ୍ବାର ୱାରେଣ୍ଟ ଜାରି ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର