ସାଲେପୁର,୨୪/୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ସାଲେପୁର ତହସିଲ ଅଧିନରେ ଥିବା ରାମେଶ୍ଵର ପଞ୍ଚାୟତ ର ସାବିଜିପୁର ଗ୍ରାମର ୧ନଂ ସି କେନାଲବନ୍ଧ ପାର୍ଶ୍ୱ ରେ ଗୃହ ନିର୍ମାଣ କରି ଲକ୍ଷ୍ମୀଧର ସାମଲ ଦୁଗ୍ଧ ସଂଗ୍ରହ କେନ୍ଦ୍ର କୁ ଚଳାଉଥିଲେ. ମାତ୍ର ପ୍ରଶାସନ ପକ୍ଷରୁ ହଠାତ ଘର ଟି କୁ ଭାଙ୍ଗି ଦେବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏହି କେନାଲ କଡ଼ରେ ବହୁ ଲୋକ ଘର କରିଥିଲେ ମଧ୍ୟ ଆକ୍ରୋଶ ମୂଳକ ଭାବେ ଭାଙ୍ଗି ଦେବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ର ଏଭଳି ବୈମାତୃକ ମନୋଭାବ କୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି। ଦୁଗ୍ଧ ସଂଗ୍ରହ କେନ୍ଦ୍ର ଦ୍ୱାରା ଯୁବକ ଜଣକ ଜୀବିକା ନିର୍ବାହ କରିବା ସହ ପରିବାର ପ୍ରତିପୋଷଣ କରୁଥିଲେ. । ଓଡିଶା ସମାଚାର