ଭୁବନେଶ୍ୱର, ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୭୧ ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୨୩ଜଣ, ଦେବଗଡ ଜିଲ୍ଲାରୁ ୩ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮ଜଣ, ନୂଆପଡ଼ା ଜିଲ୍ଲାରୁ ୨୭ଜଣ, ପୁରୀ ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨ଜଣ, ଷ୍ଟେଟ୍ ପୁଲ୍ ରୁ ୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୨୪୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୩୬୨୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୧୦୦୮ ଜଣ ସକ୍ରୀୟ ଆକ୍ରାନ୍ତ ଚିକମିତ୍ସାଧିନ ଅଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୮୮୬୧୩୮୦ ସାମ୍ପୁଲ ଟେଷ୍ଟ୍ ହୋଇଛି। ଓଡ଼ିଶା ସମାଚାର