ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଦେବଗଡ ବାରକୋଟ ନିକଟରୁ ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ ଏକ କଲପତରିଆ ବାଘର ଛାଲ ଜବତ କରିବା ସହିତ ୨ ଜଣ ବାଘ ଛାଲ ବ୍ୟବସାୟୀ ଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ନିକଟରେ ଖବର ରହିଥିଲା । ଯାହାକୁ ଆଧାର କରି ଦେବଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳର ବଣାଇ ଛକରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ଚଢାଉ କରିଥିଲା । ଏହି ଚଢାଉରେ ଏକ କଲପତରିଆ ବାଘର ଛାଲ ଜବତ କରିବା ସହିତ ୨ ଜଣ ବାଘ ଛାଲ ବ୍ୟବସାୟୀ ଙ୍କୁ ଗିରଫ କରିବାରେ ଏସଟିଏଫ୍ ଟିମ୍ ସକ୍ଷମ ହୋଇଛି । ଗିରଫ ୨ ଜଣ ବାଘ ଛାଲ ବ୍ୟବସାୟୀ ହେଉଛନ୍ତି ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର । ସେମାନଙ୍କ ନିକଟରୁ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫ ପରେ ସେମାନଙ୍କୁ ଦେବଗଡ ଏସଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି। ଜବତ ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଯାଇଛି। ଓଡ଼ିଶା ସମାଚାର