Tuesday , March 21 2023
Breaking News
Home / ବିଶେଷ / ସାଧୁଚରଣ ବିଦ୍ୟାପୀଠରେ ୧୯୯୦ ବ୍ୟାଚ୍  ର  ବନ୍ଧୁ ମିଳନ ଓ ଗୁରୁ ପୂଜନ

ସାଧୁଚରଣ ବିଦ୍ୟାପୀଠରେ ୧୯୯୦ ବ୍ୟାଚ୍  ର  ବନ୍ଧୁ ମିଳନ ଓ ଗୁରୁ ପୂଜନ

ରଘୁନାଥପୁର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ନାନପୁର ସାଧୁଚରଣ ବିଦ୍ୟାପୀଠର ୧୯୯୦ ବ୍ୟାଚ୍ ର ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ଆଜି ମା’ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ସଦାଶିବ ଦାଶ ଯୋଗଦେଇ ଶିଷ୍ୟ ଯେତେ ଉପରକୁ ଉଠିବ ଗୁରୁର ଗୌରବ ସେତେ ବୃଦ୍ଧି ପାଇବ ବୋଲି କହିଥିଲେ । ଦୀର୍ଘ  ୩୦ ବର୍ଷ ପରେ ଅନୁଷ୍ଠିତ ଏହି ଉତ୍ସବରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବାଲ୍ୟକାଳର ସ୍ମୃତିକୁ ସାଉଁଟାଇଥିଲେ । ଏହି ଅବସରରେ ପଣ୍ଡିତ ଶଦାଶିବ ଦାସଙ୍କୁ ମାନପତ୍ର ଉତରୀୟ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା । ଶେଷରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ମାନେ ପ୍ରସାଦ ସେବନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.