Wednesday , March 29 2023
Home / ବିଶେଷ / ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ

ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍କ୍ତି ପ୍ରଦୁ୍ୟମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ପ୍ରଥମେ ବରିଷ୍ଠ ନାଗରିକ ଶ୍ରୀ କୁମରବର ସାହୁ ଙ୍କୁ ଜଳପାନ କରାଇଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତି ଉପଲକ୍ଷେ ଏହି ଜଳସେବାକୁ ଉତ୍ସର୍ଗ କରି ମଧୁର ଜଳର ଯଥେଷ୍ଟ ସଂରକ୍ଷଣ କରିବାକୁ ଉପଦେଶ ଦେଇଥିଲେ । ଆଜି ମୁକ୍ତାକାଶ ପାଠାଗାରର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମରେ ରାଜଧାନୀ ବୌଦ୍ଧିକ ସମାବେଶର ସଭାପତି ଶ୍ରୀ କମଳ ଲୋଚନ ବିଶ୍ୱାଳ, ଉପସଭାପତି ଶ୍ରୀ ସୌଭାଗ୍ୟ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ଶେଷାଶୀଷ ସାହୁ, ସଂପାଦକ ରାହୁଲ କୁମାର, ଆବାହକ ଶ୍ରୀ ଅଗ୍ନିବେଶ୍ ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀ ଶରତ ରାଉତ ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.