ରଘୁନାଥପୁର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ସେସୁ ଉପଖଣ୍ଡ କାର୍ଯ୍ୟାଳୟରେ ଆଜି ସେସୁ ପକ୍ଷରୁ ଲୋକମାନଙ୍କର ବକେୟା ଥିବା ବିଦ୍ୟୁତ ବିଲ୍ ଶଂଶୋଧନ ନିମନ୍ତେ ଶେଷ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସେସୁର ଜି.ଆର.ଏଫ ପ୍ରେସିଡେଂଟ ଇଂ ପ୍ରଶାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ବିଦ୍ୟୁତ ଉପଭୋକ୍ତା ମାନଙ୍କର ତିରିଶି ଚାଳିଶି ବର୍ଷର ବିଦ୍ୟୁତ ବକେୟା ବିଲ୍ ସମସ୍ୟାର ସମାଧାନ କରିଥିଲେ । ଏହି ଶିବିରରେ ଜନୈକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେସୁର ଜି.ଆର.ଏଫ ପ୍ରେସିଡେଂଟ ୨ଗୋଟି ଏଲିଡି ବଲ ପ୍ରଦାନ କରିଥିଲେ । ଏହି ଶିବିରରେ ରଘୁନାଥପୁର ବ୍ଲକ, ବିରିଡି ବ୍ଲକ, କଟକ ସଦର ବ୍ଲକ, ନିଶ୍ଚିନ୍ତ କୋଇଲି ବ୍ଲକ ଅଂଚଳର ବିଦ୍ୟୁତ ଉପଭୋକ୍ତାମାନେ ଯୋଗଦେଇ ସେମାନଙ୍କର ବହୁ ପୁରାତନ ବକେୟା ବିଲ୍ ର ସମସ୍ୟାର ସମାଧାନ କରିଥିଲେ । ମୋଟ୍ ୩୩ ଜଣ ଉପଭୋକ୍ତାଙ୍କର ପୁରାତନ ବିଲ ସଂଶୋଧନ କରାଯାଇ ୮୦ ହଜାର ଟଙ୍କା ର ବକେୟା ବିଲ ଆଦାୟ କରାଯାଇଥିଲା । ଏହି ଶିବିରକୁ ରଘୁନାଥପୁର ସେସୁ ଏସ୍.ଡି.ଓ ବିଶ୍ୱରଞ୍ଜନ ଦେହୁରି, କନିଷ୍ଠ ଯନ୍ତ୍ରୀ ଭବାନୀ ପ୍ରସାଦ ମହାନ୍ତି, ଜି.ଆର୍.ଏଫ ସଭ୍ୟ ଯୁଧିଷ୍ଟିର ବିଶ୍ୱାଳ, ସଭ୍ୟ ବାବୁରାମ ସେଠୀ, ସଭ୍ୟ ଅବନ୍ତି ବେହେରା, ବରୁଣ କୁମାର ଦାସ, ରବିନ୍ଦ୍ର ନାଥ ବସ୍ତିଆ, ବିଷ୍ଣୁପ୍ରିୟା ଭୋଳ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର