Tuesday , March 21 2023
Breaking News
Home / ସ୍ୱାସ୍ଥ୍ୟ / ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା

ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା

ରଘୁନାଥପୁର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ପ୍ରବଳ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି । ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରରେ ଥିବା ୨ ଗୋଟି ୱାଟର ଫିଲ୍ଟର ଖରାପ ହୋଇ ପଡିରହିଛି । ଏହି ମେଡିକାଲକୁ ବହୁ ଦୂରଦୂରାନ୍ତରୁ ଆସୁଥିବା ବୃଦ୍ଧ ବୃଦ୍ଧା, ଶିଶୁ, ମହିଳା ରୋଗୀମାନେ ପାନୀୟଜଳ ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରିଷ୍ଠ ନାଗରିକ ମାନେ ଏଠାରେ କରୋନା ଟୀକା ନେଉଛନ୍ତି । ମାତ୍ର ଏଠାରେ ଥିବା ୨ଟି ୱାଟର ଫିଲ୍ଟର ଖରାପ ହୋଇ ପଡିବା ଦ୍ୱାରା ପିବା ପାଣି ପାଇପାରୁନାହାଁନ୍ତି । ଅନ୍ୟ ପକ୍ଷରେ ରୋଗୀ କଲ୍ୟାଣ ସମିତି ବୈଠକ ଗତ ମାସରେ ଏଠାରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରୋଗୀକଲ୍ୟାଣ ସମିତିରୁ ବିନା ଅନୁମୋଦନରେ ବେନିୟମ ଭାବେ ଲକ୍ଷ ଲକ୍ଷ ଟଙ୍କାର ମନଇଚ୍ଛା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ ବିଧାୟକ ଶ୍ରୀ ଦାସ ରୋଗୀ କଲ୍ୟାଣ ସମିତିକୁ କେତେ ଟଙ୍କା ଆସିଛି ଏବଂ କେଉଁ କେଉଁ ବାବଦରେ ନିୟମ ଅନୁଯାଇ କିମ୍ବା ବେନିୟମ ଭାବେ ଖର୍ଚ୍ଚ ହୋଇଛି ତାହାର ହିସାବ ମାଗିଥିଲେ । ଏଠାରେ ଥିବା ଜନୈକା ମହିଳା ଅଧିକାରୀଙ୍କ ପ୍ରରୋଚନାରେ ରୋଗୀ କଲ୍ୟାଣ ସମିତି ଅର୍ଥକୁ ବିନା ଅନୁମୋଦନରେ ମନଇଚ୍ଛା ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ରୋଗୀମାନଙ୍କର କଲ୍ୟାଣ ନିମନ୍ତେ ପ୍ରକୃତ ଅର୍ଥ ଖର୍ଚ୍ଚ କରାନଯାଇ ଅଯଥା ଅନ୍ୟ କାର୍ଯ୍ୟରେ ମନଇଚ୍ଛା ଅର୍ଥ ଖର୍ଚ୍ଚ କରାଯାଇଥିବାରୁ  ବିଧାୟକ କ୍ଷୁବ୍ଧ ହୋଇଥିଲେ । ଅନ୍ୟ ପକ୍ଷରେ ରଘୁନାଥପୁର ମେଡିକାଲରେ ରୋଗୀମାନଙ୍କ ପାଇଁ ଥିବା ୨ଟି ୱାଟର ଫିଲ୍ଟର ଖରାପ ହୋଇ ପଡିଥିଲେ ମଧ୍ୟ ତାହା ମରାମତି କରାଯାଉ ନାହିଁ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏଠାରେ ରୋଗୀମାନଙ୍କୁ ଏବଂ ଷ୍ଟାଫ୍ ମାନଙ୍କୁ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.