Sunday , April 2 2023
Breaking News
Home / ବିଶେଷ / ବିଶିଷ୍ଟ କ୍ରୀଡ଼ା ଶିକ୍ଷକ ସୁର ସାର ଙ୍କ ସ୍ମୃତି ଚାରଣ 

ବିଶିଷ୍ଟ କ୍ରୀଡ଼ା ଶିକ୍ଷକ ସୁର ସାର ଙ୍କ ସ୍ମୃତି ଚାରଣ 

ମାର୍ଶାଘାଇ, ୨୩/୦୩/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ହାଇସ୍କୁଲ ତଥା ନଇନ୍ଦିପୁର ହାଇସ୍କୁଲ ର ଅବସରପ୍ରାପ୍ତ ଦକ୍ଷ କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ନାଥ ପରିଡ଼ା ଙ୍କର ଏକାଦାଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ଉତ୍ସବ ତାଙ୍କ ନିଜ ଗ୍ରାମ ପୋଦନାସ୍ଥିତ ମା କେନ୍ଦୁଆଣି ଠାକୁରାଣୀଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ଚାରଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀଚରଣ ପରିଡ଼ା  ସଭାପତିତ୍ୱ କରିଥିଲାବେଳେ ଉପସ୍ଥିତ ଅତିଥିମାନେ ସୁରସାର ଜଣେ ଦକ୍ଷ କ୍ରୀଡ଼ା ଶିକ୍ଷକ, ସୁ ସଂଗଠକ, ବନ୍ଧୁ ବତ୍ସଳ, ଦରଦୀ ମଣିଷ ଥିଲେ ବୋଲି ମତ ପୋଷଣ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଡ଼ିଆବରାଇ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ବାରିକ, ମୁଖ୍ୟ ବକ୍ତା ଭାବେ ଆଖୁଆ ଓଡ଼ଙ୍ଗ ହାଇସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଚରଣ ମହାପାତ୍ର,ସମ୍ମାନିତ ଅତିଥି ଭାବେ ପାଟକୁରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି , ପୂର୍ବତନ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ପରିଡ଼ା,  ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି , ସମାଜସେବୀ ଉଦୟନାଥ ଚୌଧୁରୀ, ପୂର୍ବତନ ଶିକ୍ଷକ ଗୁଣନିଧି ନାୟକ, ପୂର୍ବତନ ଶିକ୍ଷକ ନାରାୟଣ ପ୍ରସାଦ ବିଶ୍ୱାଳ, ପର୍ଶୁରାମ ନାୟକ ,ଅଲେଖ ଚନ୍ଦ୍ର ବିଶ୍ୱାଳ,ନଗେନ୍ଦ୍ରଅନାଥ ନାୟକ,ଶଶାଙ୍କ ଶେଖର ବିଶ୍ୱାଳ,ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ,ଅଧ୍ୟପକ ମହେନ୍ଦ୍ର କୁମାର ପରିଡ଼ା ,ସତିସ ଚନ୍ଦ୍ର ପରିଡ଼ା, ପ୍ରମୁଖ ଉତ୍ସବରେ ଯୋଗଦେଇସ୍ୱର୍ଗତ ସୁର ସାର ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ତାଙ୍କ ପୁତ୍ର ଜ୍ଞାନ ରଂଜନ ପରିଡ଼ା , ବୋହୁ ମମତା ,ଝିଅ ମିଲନ , ମମତା, ଲିମନ୍,ଜ୍ୱାଇଁ ସର୍ବେଶ୍ୱର, ଅରବିନ୍ଦ , ନିର୍ମଳପ୍ରମୁଖ ୁପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.