Thursday , May 26 2022
Breaking News
Home / ବିଶେଷ / ବିଭିନ୍ନ ଦାବିରେ କନ୍ଧମାଳ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ – ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

ବିଭିନ୍ନ ଦାବିରେ କନ୍ଧମାଳ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ – ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

କନ୍ଧମାଳ,୨୩/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିବା ସହିତ ଏନେଇ ଏକ ଦାବିପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଗତ ଦିନରେ ବୌଦ୍ଧ ଜିଲା ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କାର୍ଯ୍ୟରତ ସମୟରେ ବିନା କାରଣରେ ଜଣେ ଅସାମାଜିକ ବ୍ୟକ୍ତିଙ୍କ ରୋଷର ଶୀକାର ହେବା ଘଟଣାକୁ  କନ୍ଧମାଳ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ସଂଘ ଘୋର ନିନ୍ଦା କରିବା ସହିତ କାର୍ଯ୍ୟରତ ପ୍ରାଣୀ ଚିକିତ୍ସାଧିକାରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା, ଅଧିକ ସଂଖ୍ୟାରେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ନିୟୋଜିତ କରିବା ସହିତ ମେଡ଼ିକାଲ୍ ଅଧିକାରୀଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ନିୟମ ପ୍ରାଣୀ ଚିକିତ୍ସକଙ୍କ ସୁରକ୍ଷା ଦିଗରେ ମଧ୍ୟ ଲାଗୁ କରିବା ପାଇଁ ଦାବି କରିଛି କନ୍ଧମାଳ ପ୍ରାଣୀ ଚିକିତ୍ସକ ସଂଘ। ସେହିଭଳି ମେଡ଼ିକାଲ୍ ଅଧିକାରୀଙ୍କ ସହ ସମାନତା ରଖା କରି ଦରମା, କ୍ୟାରିୟର୍ ପ୍ରୋଗ୍ରେସନ୍ ଆଦି ମଧ୍ୟ ଦାବି କରାଯାଇଛି। ସୁରକ୍ଷା ଦିଗରେ ସରକାର ଗୁରୁତ୍ୱର ସହିତ ଗ୍ରହଣ ନ କରିଲେ ପୂର୍ବପରି ସେବା ପ୍ରଦାନ କରିବା ସଂଘ ପକ୍ଷରୁ ସମ୍ଭବ ନୁହେଁ ବୋଲି ମଧ୍ୟ ଦର୍ଶାଇ ଦିଆଯାଇଛି। କନ୍ଧମାଳ ଜିଲା ସଭାପତି ଡ଼.ମନୋଜ ସାହୁଙ୍କ ସମେତ ଜିଲା ସଂଯୋଜକ ଡ଼.ରଂଜିତ୍ ସାମନ୍ତରାୟ , ମହିଳା ସେଲ୍ ସଂଯୋଜିକା ଡ଼. ଅଳକା ପଟନାୟକ ,ସିଡ଼ିଭିଓ ଦାୟିତ୍ୱରେ ଥିବା ଡ଼.ରଂଜନ ସାହୁ ,ଏ.ଡ଼ି.ଭି.ଓ ଡ଼. ସନ୍ତୋଷ ପଟ୍ଟନାୟକ ,ଫାର୍ମା ପରିଚାଳକ ଡ଼.ପି.କେ.ମହାଲିକ୍ ଓ ଅନ୍ୟମାନଙ୍କ ଉପସ୍ଥିତିରେ କନ୍ଧମାଳ ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ସମାଚାର

About admin

Check Also

୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …

Leave a Reply

Your email address will not be published. Required fields are marked *