Saturday , April 1 2023
Breaking News
Home / ବିଶେଷ / ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାରାଦୀପ ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଜିଜେଆଇ କଲୋନୀ ର ଏକ ଘର ମଧ୍ୟରୁ ଜନୈକ ବିବାହିତ ଯୁବକଙ୍କ ମୃତ ଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମଙ୍ଗଳବାର ଦିନ ପୋଲିସ୍ ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଯେ, ପାରାଦୀପ ଜିଜେଆଇ କଲୋନୀ ରେ ରହୁଥିବା କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କଂଟିଶାଳ ଗ୍ରାମର ଶିଶିର ଜେନା(୩୭) ଙ୍କ ର ମୃତ ଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକ । ଏ ସଂପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିଛି । ସୋମବାର ରାତି ରେ ମୃତ ଶିଶିର ଖାଇ ସାରି ପରିବାର ସହ ଶୋଇଥିଲେ । ହେଲେ ମଙ୍ଗଳବାର ଦିନ ସକାଳେ ତାଙ୍କର ଘରର ଅନ୍ୟ ବଖରାର ଫ୍ୟାନ୍ରେ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡିନାହିଁ । ପୋଲିସ୍ ଶବ ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.