ଗରଦପୁର,୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଭଗବାନପୁର ପଂଚାୟତ ସରସ୍ୱତୀପୁର ଗ୍ରାମରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣମେଂଟ ଉଦଯାପିତ ହୋଇ ଯାଇଛି । ଏହି ମା ବିଣାପାଣୀ କ୍ରିକେଟ ଟୁର୍ଣ୍ଣମେଂଟ ରେ ୮ ଟି ଦଳ ଭାଗ ନେଇଥିଲାବେଳେ ଜିଲାପରିଦେ ସଭ୍ୟ ସନ୍ତୋଷ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣମେଂଟକୁ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚ ରେ ଶାଳିକଂଟାର ବେଲେଶ୍ୱର କ୍ରିକେଟ ଟିମ ନିର୍ଦ୍ଧାରିତ ୬ ଓଭର ଖେଳି ୨୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଢ଼ିଅସାହିର ବୁଢ଼ୀ ଜାଗୁଳେଇ କ୍ରିକେଟ ଟିମ ୭ ଉଇକେଟ ବିନିମୟରେ ୨୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଢ଼ିଅସାହି ବୁଢ଼ୀ ଜାଗୁଳେଇ କ୍ରକେଟ ଟିମ କୁ ଚମ୍ପିଆନ ଟ୍ରଫି ସହ ନଗଦ ୪ ହଜାର ଟଙ୍କା ପ୍ରଦାନ କରାଯିବା ସହ ବେଳେଶ୍ୱର କ୍ରିକେଟ ଟିମ କୁ ରନର୍ସ କପ୍ ସହ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ବିଶ୍ୱରଂଜନ ସାମଲ ଉତ୍ସବ ପରିଚାଳନା କରିଥିଲେ । ଅମ୍ପ୍ରୋର ଭାବରେ ତୁଷାର ସାମଲ ଓ ଶାଶ୍ୱତ ମହାନ୍ତି ଖେଳ ପରିଚାଳନା କରିଥିଲେ । ଗ୍ରାମବାସମୀମାନେ ଏଥିରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର