ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା ଆସିବାର ଏହା ମଧ୍ୟରେ ଏକଶହ ବର୍ଷ ଅତିକ୍ରାନ୍ତ । ଆମେ ମହାସମାରୋହରେ ଏହି ବର୍ଷଟି ନିଶ୍ଚୟ ପାଳନ କରିବା । ଶହେ ବର୍ଷ ତଳେ ବାପୁ ଓଡ଼ିଶା ଓ ଓଡ଼ିଆଙ୍କ ସମସ୍ୟା ବିଷୟରେ ଯାହା କହିଥିଲେ ଯାହା ଆଜି ବି ଅପରିବର୍ତିତ ରହିଛି । ସେତେବେଳର ଓଡ଼ିଆ ଜନଜୀବନ ଖାଲି ତାଙ୍କୁ ଉଦବେଳିତ କରିନଥିଲା ବରଂ ଓଡ଼ିଆଙ୍କ ସମସ୍ୟାକୁ ଜାତୀୟସ୍ତରରେ ଉପସ୍ଥାପନା କରିବା ସହିତ ତାର ସମାଧାନ କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲେ । ଯାହା ଗାନ୍ଧିଜୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ପରବର୍ତୀ ସମୟରେ ପ୍ରତିଫଳିତ ହୋଇଛି । ଏବେ ତାଙ୍କ କହିଥିବା କଥା ସବୁକୁ ତର୍ଜମା କରିବାର ବେଳ ଆସିଛି ଏବଂ ଆମ ସମସ୍ୟାଗୁଡ଼ିକୁ ତାଙ୍କ ଉପାୟରେ ସାମାଧାଦନ କରିବାର ଦାୟିତ୍ୱ ଆମ ଉପରେ ରହିଛି । ଓଡ଼ିଶା ସମାଚାର