ପାରାଦୀପ ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ନାଟକ “ଗାନ୍ଧୀଙ୍କ ଓଡିଶା” ମାର୍ଚ୍ଚ ୨୩ତାରିଖ ମଙ୍ଗଳବାର ଓଡିଶାର ସମସ୍ତ ଜିଲ୍ଲାରେ ମଂଚସ୍ଥ ହୋଇଯାଇଛି । ଏହି ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ୟାନମାସ ପକ୍ଷରୁ ପାରାଦୀପ ଜୟଦେବ ସଦନ ଠାରେ ସଂପାଦକ ଶ୍ରୀମନ୍ ନାରାୟଣ ମିଶ୍ରଙ୍କ ନିର୍ଦ୍ଧେଶନାରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଏହି ନାଟକ ମଂଚସ୍ଥ ହୋଇଯାଇଛି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …