Sunday , April 2 2023
Breaking News
Home / ବିଶେଷ / ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ (ସିଆଇଟିୟୁ) ର ୮ମ ବାର୍ଷିକ ସମ୍ମିଳନୀ

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ (ସିଆଇଟିୟୁ) ର ୮ମ ବାର୍ଷିକ ସମ୍ମିଳନୀ

ରଘୁନାଥପୁର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ମା ନାରାୟଣୀ ମନ୍ଦିର ପରିସରରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ (ସିଆଇଟିୟୁ) ର ୮ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଧନେଶ୍ୱର ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ିଂତ ଏହି ସମ୍ମିଳନୀରେ ସହିଦ ଭଗତ ସିଂହ ଙ୍କ ଫାସି ଦିବସ ପାଳନ କରାଯାଇଥିବାବେଳେ ଲାଲ ପତାକା ଉତୋଳନ କରାଯାଇଥିଲା । ସିଆଇଟିୟୁର କର୍ମକର୍ତା ପୁଷ୍ପା ଦାସ ସମ୍ମିଳନୀକୁ ଉଦଘାଟନ କରିବା ସହିତ କେନ୍ଦ୍ର ସରକାରଙ୍କ ତିନିଗୋଟି କୃଷି ଆଇନ , ଚାରିଗୋଟି ଶ୍ରମ ବୋର୍ଡ଼ ପ୍ରଚଳନ ଦ୍ୱାରା ଶ୍ରମିକ ଓ କୃଷକ ମାନଙ୍କର ଜୀବନ ଜିବୀକା ଦୁର୍ବିସହ ହୋଇ ପଡ଼ିଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଆସନ୍ତା ୨୬ ତାରିଖ ଭାରତ ବନ୍ଦ ରେ ଅଂଶ ଗ୍ରହଣ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସିଆଇଟିୟୁର ରାଜ୍ୟ ସମ୍ପାଦକ ତଥା ଜିଲା ସଭାପତି ଲୋଭାକାନ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କୁ ଫାସିବାଦ ସରକାର ବୋଲି କହିବା ସହିତ କେନ୍ଦ୍ର ସରକାର ଯେଉଁ କଳା କୃଷି ଆଇନ ଆଣିଛନ୍ତି , ତାହାକୁ ପ୍ରତ୍ୟାହାର କରିବା ସହିତ କୃଷକ ଓ ଶ୍ରମିକ ମାନେ ସଂଗଠିତ ହୋଇ ଲଢ଼େଇକରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନିର୍ମାଣ ଶ୍ରମିକ ୟୁନିଅନ ର ଜିଲା ସମ୍ପାଦକ ବେଣୁଧର ବାରିକ, ଜିଲା ଯୁଗ୍ମ ସମ୍ପାଦକ ଶରତ କୁମାର ବେହେରା, ପ୍ରଫୁଲ ନାୟକ, କୃଷ୍ଣଚନ୍ଦ୍ର ବସ୍ତିଆ, ରମେଶ ବେହେରା,ଛବିତା ବେହେରା, ସୁକାନ୍ତୀ ସେଠୀ, ଦୟାନିଧି ଓଝା, ରଂଜିତା ସେଠୀ, କଳ୍ପନା ପରିଡ଼ା ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଆଚଳିକ କମିଟିର କାର୍ଯ୍ୟକାରୀ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଧନେଶ୍ୱର ରାଉତ, ସମ୍ପାଦକ ବିନ୍ଦୁସାଗର ଓଝା, କୋଷାଧ୍ୟକ୍ଷ ଯୁଗଳ ବାରିକ, ସହ ସମ୍ପାଦିକା ପ୍ରମିଳା ସେଠୀ, ସବିତା ଦାସ, ଉପସଭାପତି ଶଚିକାନ୍ତ ମହାରଣା,ପୂର୍ଣ୍ଣଚନ୍ଦ୍ର ବେହେରା,ସହ ସମ୍ପାଦିକା ବେବିନା ନାୟକ ପ୍ରମୁଖ ନିର୍ବାଚିତ ହୋଇଥିଲେ । ଶେଷରେ ଶରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.