ଭୁବନ,୨୨/୦୩/୨୦୨୧(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନର ପୂର୍ବତନ ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ କୁମାର ପରିଡା (୪୫)ଙ୍କର ଗତକାଲି ବିଳମ୍ବିତ ରାତ୍ରରେ ଏକ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଯାଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଶ୍ରୀ ପରିଡା ଗତକାଲି କପିଳାସଠାରେ ଏକ ବୈଠକରେ ଯୋଗଦେଇ ଗଁନ୍ଦିଆ ଥାନା ଅନ୍ତର୍ଗତ କାଶିପୁର ନିକଟସ୍ଥ ଭାଲିଆପାଟ ନିଜ ଗ୍ରାମକୁ ମୋଟର ସାଇକେଲରେ ଫେରୁଥିବା ବେଳେ ଢେଙ୍କାନାଳ-ଭୁବନ ରାସ୍ତାର ଗଁନ୍ଦିଆ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳେ ଏହି ଖବର ପ୍ରଚାରିତ ହେବାପରେ ତହସିଲ କର୍ମଚାରୀ ଙ୍କ ସମେତ ସାଧାରଣ ଜନତାଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ଭୁବନର ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଙ୍କ ସମେତ ,ବରିଷ୍ଠ କିରାଣୀ ସୁଧୀର କୁମାର ପଣ୍ଡା,ସୁପରଭାଇଜର ସୁଜିତ କୁମାର ଭୋଇ, ଭୁବନ ଆରଆଇ ସଂଜୟ କୁମାର ଭୋଇ, ବାଲିବି ଆରଆଇ ପ୍ରଣତି ଭୋଇ,ବାରୁଆଁ ଆର ଆଇ ସୁନିଲ କୁମାର ନାୟକ,ଗଡନୃସିଂହପ୍ରସାଦ ଆରଆଇ ଅରବିନ୍ଦ ସାହୁ,ମହୁଲପାଳ ଆରଆଇ ସରୋଜ ସାହୁ,ଅମିନ ରାକେଶ ପଣ୍ଡା,ପୁରସ୍ତମ ସିଂ,ସୁନାରାମ ତିରିଆ,ବରିଷ୍ଠ ରାଜସ୍ୱ ସହାୟକ ନିରଂଜନ ଭୋଇ ପ୍ରମୁଖ ସ୍ୱର୍ଗତ ପରିଡାଙ୍କ ବାସଭବନରେ ପହଁଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଜଣେ କମଠ,କର୍ତବ୍ୟନିଷ୍ଠ ଓ ମେଳାପି ବ୍ୟକ୍ତି ଭାବେ ପରିଚିତ ଶ୍ରୀ ପରିଡା ଗତ ୨ ମାସ ପୂର୍ବେ ଭୁବନରୁ ଓଡାପଡା ତହସିଲ ଅଧିନସ୍ଥ ମୋଟଗାଁ ରାଜସ୍ୱ ନିରୀକ୍ଷକ ଭାବେ ବଦଳି ହୋଇ ଯାଇଥିଲେ । ସ୍ୱର୍ଗତ ପରିଡା ଙ୍କର ଦୁଇଟି ନାବାଳିକା ଝିଅ ଓ ଗୋଟିଏ ନାବଳକ ପୁଅ ଅଛନ୍ତି । ଓଡ଼ିଶା ସମାଚାର