Tuesday , March 28 2023
Breaking News
Home / ବିଶେଷ / ନା ବାଳିକା କଲେଜ ଛାତ୍ରୀକୁ ଅପହରଣ

ନା ବାଳିକା କଲେଜ ଛାତ୍ରୀକୁ ଅପହରଣ

ସାଲେପୁର,୨୨/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ଥାନା ଅଞ୍ଚଳରେ ଜୈନିକ ନାବାଳିକା + ୨ ପଢ଼ୁଥିବା ଛାତ୍ରୀକୁ ଅପହରଣ କରିନେଇଥିବା ଯୁବକ କବଳରୁ ଝିଅ କୁ ଉଦ୍ଧାର କରିବା ପାଇଁ ଝିଅ ର ମା ଓ ବାପା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବାସହ ଆକୁଳନିବେଦନ କରିଛନ୍ତି ।

ଅଭିଯୋଗ ଅନୁଯାଇ ମିର୍ଜାପୁର ପଂଚାୟତ ମାତନଗର ଗ୍ରାମର ରଞ୍ଜନ କୁମାର ସାହୁ ଙ୍କ +୨ପଢ଼ୁଥିବା ନାବାଳିକା ଝିଅ ଛଦ୍ମନାମ(ଲତା)କୁ କାନପୁର ଗ୍ରାମର ମୁରଲୀ ବେହେରାଙ୍କ ପୁଅ ରାକେଶ ବେହେରା ଅପହରଣ କରିନେଇଥିବା ଅଭିଯୋଗ ରେ ଦର୍ଶାଯାଇଛି ।ଗତ୯ ତାରିଖ ରାତି ୮ଟା ପରେ ଝିଅ ଅପହୃତ ହୋଇଥିବା ଝିଅ ର ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ଅପହରଣ କରିଥିବା ଯୁବକର ସମ୍ପର୍କୀୟ ତଥା କେତେକ ଯୁବକ ଝିଅ ର ମା’ବାପା ଙ୍କୁ ବିଭିନ୍ନ ଧମକ ଚମକ ଦେବାସହ ଜୀବନରୁ ମାରିଦେବାକୁ ଧମକ ଦେଇଯାଇଥିବା ଗତ ୧୬ତାରିଖରେ ଝିଅ ର ମା ଗୀତାଞ୍ଜଳି ସାହୁ ଓ ବାପା ରଞ୍ଜନ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ଅପହରଣକାରୀ ଯୁବକ ତଥା ଏହି କାର୍ୟ୍ୟରେ ସମ୍ପୃକ୍ତ ଅନ୍ୟମାଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ନାବାଳିକା ଝିଅ କୁ ଉଦ୍ଧାର କରିବା ନିମନ୍ତେ ଆକୁଳ ନିବେଦନ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.