ଭୁବନେଶ୍ୱର, ୨୨/୦୩/୨୦୨୧(ଓଡ଼ିଶା ସମାଚାର)- ଜାଭିଅର ଇନଷ୍ଟିଚ୍ୟୁଟ ରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି । ବିଏମସି କର୍ମଚାରୀ କ୍ୟାମ୍ପସ କୁ ଯାଇପାରିବେ । ଅନ୍ୟ କାହାରିକୁ କ୍ୟାମ୍ପସକୁ ଛଡ଼ା ଯିବ ନାହିଁ କିମ୍ବା କ୍ୟାମ୍ପସ ମଧ୍ୟରୁ କେହି ବାହାରକୁ ଯାଇ ପାରିବେ ନାହିଁ । ଅତ୍ୟାବଶ୍ୟକ ପଦାର୍ଥ ଓ ଔଷଧ ଆଦି ବିଏମସି ଯୋଗାଇବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର