କଟକ,୨୨/୦୩/୨୦୨୧(ଓଡ଼ିଶା ସମାଚାର)-ଫୁଲବାଣୀର ଯୋଡ଼ାମୁଣ୍ଡ ଶିଶୁ ଜଗା ଆଜି କଟକ ବଡ଼ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ ହୋଇ ଫୁଲବାଣୀ ଯାଇଛି । ଫୁଲବାଣୀରୁ ଆସିଥିବା ଦୁଇ ଜଣିଆ ଡ଼ାକ୍ତରୀ ଦଳ ସହିତ ଜଗାକୁ ଛଡ଼ାଯାଇଛି । ଏହି ଡ଼ାକ୍ତରୀ ଦଳ ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଜଗାକୁ ଫୁଲବାଣୀ ହସପିଟାଲକୁ ନିଆଯାଇଛି । ସେଠାରେ ଏକ ସ୍ୱତନ୍ତ୍ର କ୍ୟବିନ୍ ରେ ରଖାଯାଇ ତାର ଚିକିତ୍ସା କରାଯିବ । ଓଡ଼ିଶା ସମାଚାର