ପାରାଦୀପ,୨୨/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାରସ୍ୱତ ପରିକ୍ରମା ପକ୍ଷରୁ ଏକ କବିତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପାରାଦୀପଗଡ ନିକଟସ୍ଥ ଚୂନବେଲାରୀସ୍ଥିତ ଅଭୀସ୍ପା ଭବନ ପରିସର ରେ ଆୟୋଜିତ ଏହି କର୍ମଶାଳା ରେ କବୟତ୍୍ରୀ ଗୋଲାପ ରାଣୀ ସାହୁ ଅଧ୍ୟକ୍ଷତା କରିଥିଲେ । ସଂଗଠନ ର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ତ୍ରିପାଠୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ପାରାଦୀପ ବନ୍ଦର ର ପୂର୍ବତନ ସଚୀବ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ପ୍ରଭାତ କୁମାର ନନ୍ଦ ଯୋଗ ଦେଇ ସଂସ୍କୃତି ଓ ସାହିତ୍ୟ ର ଏନ୍ତୁଡିଶାଳା ସାରସ୍ୱତ ପରିକ୍ରମା ର ଇତିବୃତି ବର୍ଣନା କରିଥିଲେ । ଅତିଥି ଭାବେ ସାହିତ୍ୟିକ ନଗେନ୍ଦ୍ର ନାଥ ସ୍ୱାଇଁ,ଇତିଶ୍ରୀ ପୁହାଣ ଏହି ଅନୁଷ୍ଠାନ ଗ୍ରାମାଂଚଳ ରେ ଓଡିଆ ସାହିତ୍ୟ ସ୍ରଷ୍ଟା ଅନ୍ୱେଷଣ ରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସର ରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ଡା.ବିପିନ ବିହାରୀ ସାମନ୍ତରାୟ, ସୁବାସ ସେନାପତି, ଉର୍ମିଳା ମହାନ୍ତି, ପ୍ରେମଲତା ବାରିକ,ରଂଜିତା ସାହୁ,ଯଶ୍ମିତା ମହାନ୍ତି,ସ୍ୱାଗତିକା ମୁଦୁଲି ପ୍ରମୁଖ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କବୟତ୍ରୀ ଆରତୀ ଦାଶ । ଓଡ଼ିଶା ସମାଚାର