ତାରପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ କଲେଜ ପରିସରରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଉଚ ଶିକ୍ଷା ବିଭାଗ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ ଘଟିକା ସମୟରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ମହାବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ, ଛାତ୍ର ଛାତ୍ରୀ , ପୁରାତନ ଛାତ୍ର ଛାତ୍ରୀ , ଶିକ୍ଷବିତ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଶିକ୍ଷାବିତ ପ୍ରଶାନ୍ତ କୁମାର ଦାଶ, ଶିକ୍ଷାବିତ ଲଛମନ ଭୂୟାଁ, ସମାଜ ସେବୀ ଅନ୍ତର୍ଯ୍ୟାମୀ ରାଉତ, ଭଗବାନ ସ୍ୱାଇଁ, ସ୍ଥାନୀୟ ସରପଂଚ ଜାନକୀ ବଲଭ ସ୍ୱାଇଁ, ଜୁନିଅର କଲେଜ ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ,ପ୍ରକାଶ କୁମାର, ଶିକ୍ଷକ ପୁରୁଷୋତମ ସ୍ୱାଇଁ, ଅମ୍ବିକା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲିପ କୁମାର ମହାନ୍ତି ପ୍ରାରମ୍ଭ ରେ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ଦୟାନିଧି ରାଉତ, ଭଗବାନ ଦାସ, ଅଧ୍ୟାପିକା ଦୀପ୍ତିମୟୀ ଜେନା, ଶୁଭ୍ର ସଲିଳା ପ୍ରିୟଦର୍ଶିନୀ , ରଂଜିତା ମହାନ୍ତି , ଦଇତାରୀ ଜେନା, ରବିନ୍ଦ୍ର ଦାସ, ଅରୁଣ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସ୍ଥିତ ଶିକ୍ଷାବିତ , ଅଭିଭାବକ , ଛାତ୍ର ଛାତ୍ରୀମାନଙ୍କୁ ଭିଡ଼ିଓ ପ୍ରଦର୍ଶନୀ ମାଧ୍ୟମରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଯାଇଥିଲା । ଓଡ଼ିଶା ସମାଚାର