ତାରପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)-ମହାନଦୀ ସାଉଥ ଜଳସମ୍ପଦ ବିଭାଗ କୀଶନନଗର ସବଡ଼ିଭିଜନ କୂଳସାହି କନିଷ୍ଠଯନ୍ତ୍ରୀ ଅଧିନରେ ଥିବା ତାରପୁର ମହାଦେବ ମନ୍ଦିର ନିକଟରେ ମହାନଦୀରେ ଚାଲିଛି ପଥର ପ୍ୟାକିଙ୍ଗ କାର୍ଯ୍ୟ । କୂଳସାହି କନିଷ୍ଠ ହନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏଠାରେ ୧୨୦ ମିଟର ପଥର ପ୍ୟାକିଙ୍ଗ କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ବର୍ଷ ନଦୀରେ ବନ୍ୟାପାଣି ପ୍ରବାହିତ ହେଲେ ତାରପୁର ପଂଚାୟତର ମହାନଦୀ ପୋଲ ଠାରୁ ଖଣ୍ଡତରି ପର୍ଯ୍ୟନ୍ତ ୨ କିଲୋମିଟର ପର୍ଯ୍ୟନ୍ତ ନଦୀର ପ୍ରଖର ଶ୍ରୋତରେ ଅତଡ଼ା ଖାଉଥିବାବେଳେ ନଦୀ ପଠାରେ ଓଡ଼ିଶା ଫରେଷ୍ଟ ଡ଼ିଭିଜନ ଦ୍ୱାରା କରାଯାଇଥିବା ଏକର ଏକର ବନୀକରଣ ନଦୀ ଗର୍ଭରେ ଭାସିଯିବା ସହିତ ସ୍ଥାନୀୟ ଲୋକମାନଙ୍କର ସ୍ଥିତିବାନ ଜମି ମଧ୍ୟ ନଦୀ ଗର୍ଭରେ ଲୀନ ହୋଇ ଯାଉଛି । ତେବେ ଏହାକୂୁ ରୋକିବା ପାଇଁ ବିଭାଗ ପକ୍ଷରୁ ୨ ୋଗାଟି ବୁରୁଜ କରାଯାଇଥ୍ôବାବେଳେ ସେଥିରୁ ଗୋଟିଏ ନଦୀ ଗର୍ଭରେ ଭାଷିଯାଇଥିବାବେଳେ ଅନ୍ୟ ଟି ଅଧାରୁ ଅଧିକ ପଥର ନଦୀରେ ଭାଷି ଗଳାଣି । ତେବେ ବର୍ତମାନ ଚାଲିଥିବା ପଥର ପ୍ୟାକିଙ୍ଗ ନଦୀ ଅତଡ଼ାକୁ କମ , ଠିକାଦାରଙ୍କୁ ଅଧିକ ସୁରକ୍ଷିତ ରଖିବା ଲକ୍ଷରେ ହେଉଥିବା ଆଲୋଚନା ହେଉଛି । ଦୀର୍ଘ ୨ କିମି ଅତଡ଼ା ଖାଉଥିବାବେଳେ ମାତ୍ର ୧୨୦ ମିଟର କାର୍ଯ୍ୟ ତାହାପୁଣି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅତି ଛୋଟ ଛୋଟ ନିମ୍ନମାନର ପଥର ଖଣ୍ଡ ମହାନଦୀ ର ପ୍ରଖର ସ୍ରୋତକୁ ଅଟକାଇ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାନଦୀରେ ବନ୍ୟା ଆସିଲେ ନଦୀର ପ୍ରଥମ ବନ୍ୟାଜଳ ଏହାକୁ ନିଜର ପ୍ରଖର ସ୍ରୋତରେ ଭଷାଇ ନେବା ବିଚିତ୍ର ନୁହେଁ । କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ସୁହାଇବା ଭଳି ଟେଣ୍ଡର କରାଯାଇ ଯନ୍ତ୍ରୀ ଓ ଠିକାଦାର ମଧୁର ସମ୍ପର୍କରେ ଏଭଳି କାର୍ଯ୍ୟ କରାଯାଉଥିବା ଆଲୋଚନା ହେଉଅଛି । କୌଣସି ଗୋଟିଏ ଦିନ ଯନ୍ତ୍ରୀ କାର୍ଯ୍ୟସ୍ଥଳୀକୁ ଆସୁନଥିବାବେଳେ ଠିକାଦାର ମନଇଛା ଛୋଟ ଛୋଟ ପଥର ଖଣ୍ଡ ଖଂଜି ନିଜର କାର୍ଯ୍ୟ ସାରିଦେବା ପାଇଁ ତତ୍ପର ଥିବା ଦେଖିବାକୁ ମିଳୁଛି । ଏ ବିଷୟରେ କିଶନନଗର ସହକାରୀ ଯନ୍ତ୍ରୀ ମାନସ ରଂଜନ ଜେନାଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି ୧୦ / ୧୫ ଲକ୍ଷ ଟଙ୍କାର କାମ ତେବେ କଣ ହୋଇଛି ମୁଁ ଦେଖିବି । ହଜାର ହଜାର ଲୋକଙ୍କର ଧନ ଜୀବନକୁ ସୁରକ୍ଷା ଦେଇ ଏହି ଛୋଟ ନିମ୍ନମାନର ପଥରକୁ ହଟାଇ ଭଲ ଓ ବଡ଼ ବଡ଼ ଖଣ୍ଡ ପଥର ବସାଇବା ସହିତ ୨ କିମି ପଥର ପ୍ୟାକିଙ୍ଗ କରାଯିବା ସହିତ କିଶନନଗର ସବଡ଼ିଭିଜନ ଅଧିନରେ ଚାଲିଥିବା କାର୍ଯ୍ୟକୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଇବାକୁ ସ୍ଥାନୀୟ ବୁଦ୍ଧିଜିବୀ ଙ୍କ ପକ୍ଷରୁ ଅଶୋକ କୁମାର ନାୟକ, ବଟକୃଷ୍ଣ ନାୟକ, ଜଗବନ୍ଧୁ ବାରିକ ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର