Sunday , March 26 2023
Breaking News
Home / ବିଶେଷ / ରଘୁନାଥପୁର ବ୍ଲକରେ ମୋବାଇଲ ସେବା ଠପ୍: ସରକାରଙ୍କ ଡିଜିଟାଲ ସେବା ଘୋଷଣା କାଗଜ ପତ୍ରରେ

ରଘୁନାଥପୁର ବ୍ଲକରେ ମୋବାଇଲ ସେବା ଠପ୍: ସରକାରଙ୍କ ଡିଜିଟାଲ ସେବା ଘୋଷଣା କାଗଜ ପତ୍ରରେ

ରଘୁନାଥପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୧୯ ଗୋଟି ଗ୍ରାମପଂଚାୟତରେ ମୋବାଇଲ ସେବା ଏକ ପ୍ରକାର  ବନ୍ଦ ହୋଇଯାଇଛି । ଏହି ବ୍ଲକର ସମସ୍ତ ଅଂଚଳରେ ଜିଓ, ଏୟାରଟେଲର ଓ ବି.ଏସ୍.ଏନ୍.ଏଲ୍ ର ଗ୍ରାହକ ସର୍ବାଧିକ ରହିଥିଲେ ମଧ୍ୟ ଏହି ୩ଗୋଟି ମୋବାଇଲ ଆଦୌ ଇଂଟରନେଟ୍ ରହୁନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସମସ୍ତ ଜନମଙ୍ଗଳ ଯୋଜନା ଡିଜିଟାଲ ବା ଇଂଟରନେଟ୍ ମାଧ୍ୟମରେ ଘରେ ବସି କିମ୍ବା ମୋ ସେବା େକନ୍ଦ୍ର ମାଧ୍ୟମରେ ଦରଖାସ୍ତ କରିବାକୁ ଘୋଷଣା କରିବା ସହିତ ପ୍ରତି ପଂଚାୟତରେ ମୋ ସେବା କେନ୍ଦ୍ର ଖୋଲିବାରେ ଲିଗିଛନ୍ତି । ଯେକୌଣସି ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଭିନ୍ନ କ୍ଷମ ଭତା, ରାସନକାର୍ଡ, କାଳିଆ ଯୋଜନା ,ପ୍ରଧାନମନ୍ତ୍ରୀ କୃଷକ ଯୋଜନା, ଡ୍ରାଇଭିଙ୍ଗ ଲାଇସେନ୍ସ, ବେକାର ଯୁବକ ଯୁବତୀମାନେ ବିଭିନ୍ନ ପଦବୀ ନିମନ୍ତେ ଚାକିରୀ ପାଇଁ ଏବଂ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଅନ୍ଲାଇନ୍ ରେ ଆବେଦନ କରିବା ପାଇଁ କଡା କଡି ନିର୍ଦ୍ଧେଶ ଦିଆଯାଇ ନିିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦରଖାସ୍ତ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ମାତ୍ର ଶହ ଶହ ଛାତ୍ରଛାତ୍ରୀ, ବେକାର ଯୁବକ ଯୁବତୀ ମାନେ ଶିକ୍ଷାଦାନ ନିମନ୍ତେ ଚାକିରୀ ନିମନ୍ତେ ଏ ଅଂଚଳରେ ମୋବାଇଲ ସେବା ଏକ ପ୍ରକାର ଠପ୍ ହୋଇ ରହୁଥିବାରୁ ସେମାନେ ଦରଖାସ୍ତ କରିବାରୁ ବଂଚିତ ହେଉଛନ୍ତି । ଅନ୍ୟ ପକ୍ଷରେ ସାଧାରଣ ଲୋକ ଆଉ କୌଣସି ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ବୋଲି ଇଂଟରନେଟ୍ ରେ ଦରଖାସ୍ତ କରିବାକୁ ସରକାର ବାରମ୍ବାର କହୁଥିବା ବେଳେ ଲୋକମାନେ ମୋ ସେବା କେନ୍ଦ୍ରକୁ ଦୌଡି ଦୌଡି ନିରାଶ ହୋଇ ପଡି ଜନକଲ୍ୟାଣ ଯୋଜନାରୁ ବଂଚିତ ହେଉଛନ୍ତି । ଅନ୍ୟ ପକ୍ଷରେ ମହାମାରି କରୋନା ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ରେ ଶିକ୍ଷା ଦାନ ଦିଆଯାଉଥିବା ବେଳେ ବିଶେଷ କରି ଜିଓ ଏବଂ ଏୟାରଟେଲ ମୋବାଇଲ ଆଦୌ ଇଂଟରନେଟ୍ ରହୁନଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ଆଉ କେତେକ ସ୍ଥାନରେ ନିଜ ପରିବାର ଲୋକ ରାଜ୍ୟ ବାହାରେ ରହୁଥିବାରୁ ସେମାନଙ୍କ ସହିତ ଜରୁରୀ କଥାବାର୍ତା ନିମନ୍ତେ ପରିବାର ସଦସ୍ୟ ଗଛଉପରେ ନଚେତ୍ ୩ ମହଲା ଛାତ ଉପରେ ବସି  ମୋବାଇଲରେ କଥା ଅଳ୍ପ ଅଳ୍ପ ହେଉଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ । କେତେକ କଲେଜ ବା ସ୍କୁଲ ଛାତ୍ର ଗଛ ଉପରେ ଚଢି ଗଛ ଡାଳରେ ବସି ଅନଲାଇନ୍ ରେ ଶିକ୍ଷାଦାନ କରୁଛନ୍ତି । ସେମାନେ ହେଲେ ସାଦେଇପୁର ଗ୍ରାମପଂଚାୟତର ରାଉତନୂଆଗାଁ ଗ୍ରାମର ରେଢୁଆ କଲେଜ ଛାତ୍ର ପ୍ରଭାତ ବେହେରା ଏବଂ ରାଉତନୂଆଗାଁ ଗ୍ରାମର ଭୋଳାନାଥ ବେହେରା ତରିକୁନ୍ଦ କଲେଜ ଛାତ୍ର ।

ସେହିପରି ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳରେ ଅବସ୍ଥିତ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନରେ ଥିବା ମଣିଜଙ୍ଗ, ମହମ୍ମଦପୁର, ଉତରକୂଳ ଓ ବାବୁଜଙ୍ଗ ପଂଚାୟତରେ ଏୟାରଟେଲ ଓ ଜିଓ ଇଂଟରନେଟ ସେବା ଜମା କାମ କରୁନଥିବା ଶହ ଶହ ଉପଭୋକ୍ତା ଅଭିଯୋଗ କରିଛନ୍ତି । ଏହି ଦ୍ୱୀପାଂଚଳରେ ଅବସ୍ଥିତ ଗରଦପୁର ବ୍ଲକ ଅଧିନରେ ଥିବା ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମରେ ଏୟାରଟେଲ , ବିଏସଏନଏଲ କିମ୍ବା ଜିଓ ଇଂଟରନେଟ କାମ କରୁନାହିଁ । ଫଳରେ ଜୟତଳଙ୍ଗ ଗ୍ରାମରେ ଥିବା ବିଜୟ ମହାବିଦ୍ୟାଳୟ ସମେତ ଅନ୍ୟ ଉପଭୋକ୍ତାମାନେ ସମ୍ପୃକ୍ତ ଟେଲିଫୋନ୍ ର କଷ୍ଟୁମର କେଆର କୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ମଧ୍ୟ ଅଭିଯୋଗ କରିଠନ୍ତି । ଏହି ଗ୍ରାମର ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ତାଙ୍କ ୩ ମହଲା ଛାତ ଉପରେ ବସି ଜିଓ ମୋବାଇଲରେ କଥା ହେବା ସହିତ ଜିଓ ଇଂଟରନେଟ ରେ କାମ କରୁଛନ୍ତି । ଯୋଲ ଅନେକ ସମୟରେ ଏକରଜେନ୍ସି ମେସେଜ ଆସୁଛି । ଅର୍ଥାତ ଜିଓ ସେବା ସମ୍ପୂର୍ଣ୍ଣ ଫେଲ ହୋଇ ଯାଉଛି । ଆଗତୁରା ୩ ମାସିଆ ରିଚାର୍ଯ କରି ଦେଖିଲାବେଳକୁ ଫୋନ୍ ,ଇଂଟରନେଟ କାମ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ  ଜିଓ, ଏୟାରଟେଲ୍, ବି.ଏସ୍.ଏନ.ଏଲ ଆଦି ଟେଲିକମ ସଂସ୍ଥାକୁ ଆଜଭାଇଜାରୀ ଜାରିକରି ଉପଯୁକ୍ତ ସେବା ଯୋଗାଇ ଦେବାପାଇଁ  ବିହିତ ପଦକ୍ଷେପ ନେବାକୁ ଏ ଅଂଚଳବାସୀ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.