Wednesday , March 29 2023
Home / ବିଶେଷ / ମାନବ ଦରଦି ଅନାଦି ସାମନ୍ତ ଥିଲେ କର୍ମଯୋଗୀ

ମାନବ ଦରଦି ଅନାଦି ସାମନ୍ତ ଥିଲେ କର୍ମଯୋଗୀ

ରଘୁନାଥପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ମାନବ ଦରଦି, ଧର୍ମପରାୟଣ ଅନାଦି ସାମନ୍ତ ଥିଲେ ଜଣେ କର୍ମଯୋଗୀ ଓ ପର ଦୁଃଖରେ ଭାଙ୍ଗି ପଡିବା ସହିତ ତାଙ୍କର ସାଧ୍ୟ ମୁତାବକ ସମସ୍ତ ସହାୟତା ନିରାଶ୍ରୟ ଲୋକମାନଙ୍କୁ ଯୋଗାଇ ଦେଉଥିଲେ ବୋଲି ଗତକାଲୀ ସଂଧ୍ୟାରେ ଭାରତର ସ୍ମାର୍ଟ ଗ୍ରାମ କଲରାବାଙ୍କ ରଘୁନାଥ ଜୀଉ ମନ୍ଦିର ପରିଶରରେ ଅନୁଷ୍ଠିତ ୫୩ ତମ ଶ୍ରାଦ୍ଧୋତ୍ସବରେ କନ୍ଧମାଳ ସାଂସଦ ତଥା କିଟ୍, କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ କହିଥିଲେ । ଏହି ଶ୍ରାଦ୍ଧୋତ୍ସବରେ କାଦମ୍ବିନୀ କୁନିକଥା ସଂପାଦିକା ଡଃ ଇତି ସାମନ୍ତ ଯୋଗଦେଇ ସ୍ୱର୍ଗତ ଅନାଦି ସାମନ୍ତ ଏହି ଗ୍ରାମର ଉନ୍ନତି ପାଇଁ ୧୯୩୦ ମସିହାରୁ ଉଦ୍ୟମ ଆରମ୍ଭ କରିଥିଲେ, ତାହା ଆଜି ବାସ୍ତବ ରୂପ ଦେଇପାରିଛନ୍ତି ତାଙ୍କର ସୁପୁତ୍ର ଡଃ ଅଚୁ୍ୟତ ସାମନ୍ତ ବୋଲି କହିଥିଲେ । ଏଥିରେ ନିଳିମାରାଣୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ସାମନ୍ତ ସଭାପତିତ୍ୱ କରିଥିଲେ । ଏଥିରେ ସ୍ୱାଧୀନତା ସଂଗ୍ରାମି ନଦିଆବିହାରି ମହାନ୍ତି, ଶିକ୍ଷାବିତ୍ ସୁକାନ୍ତ କୁମାର ମହାନ୍ତି, ଶିକ୍ଷାବିତ୍ ରମେଶ ଚନ୍ଦ୍ର ଦଳାଇ, ଗ୍ରାମକମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ସମାଜ ସେବୀ ନିରୁପମା ସାମନ୍ତ, ସମାଜ ସେବୀ ବିଜୟ ସାମନ୍ତ, କିଟ୍ ବିଦୁ୍ୟତ ବିଭାଗ ଅଧିକ୍ଷଣଯନ୍ତ୍ରୀ ଜିତେନ୍ଦ୍ର କୁମାର ପଟ୍ଟାନୟକ, କଳିଙ୍ଗ ଇଂରାଜୀ ମାଧ୍ୟମ ବିଦୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ପାଢୀ, ଶିକ୍ଷାବିତ୍ ନାରାୟଣ ପରିଡା, ସଂପାଦକ ଅଭିନଚନ୍ଦ୍ର କେଶ, ଅଶୋକ କୁମାର ତା, ଅଞ୍ଜନ ସାମନ୍ତ (ସନିଆ) ଦୁର୍ଗା ଚରଣ ସାମନ୍ତ, ଜ୍ୟୋତ୍ସ୍ନାରାଣୀ ମିତ୍ର, ଚନ୍ଦନା ସାମନ୍ତ, ଅଞ୍ଜନା ସାମନ୍ତ, ରତ୍ମାକର ଦାଶ, ମୃତୁ୍ୟଞ୍ଜୟ ଆଚାର୍ଯ୍ୟ, ବିରେନ୍ଦ୍ର ପଣ୍ଡା, ଚନ୍ଦନ ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅନାଦି ସାମନ୍ତଙ୍କ ଜିବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଶେଷରେ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.