Friday , May 20 2022
Home / ବିଶେଷ / ମାଆ ଦୂର୍ଗା ଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ପାଳିତ ଓ ବାଦୀ ପାଲା ଅନୁଷ୍ଠିତ

ମାଆ ଦୂର୍ଗା ଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ପାଳିତ ଓ ବାଦୀ ପାଲା ଅନୁଷ୍ଠିତ

 

ପାରାଦୀପ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଶନିବାର ଦିନ ମାଆ ଦୂର୍ଗା ଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଯଥା ରୀତି ଓ ନିତୀ ଅନୁଯାୟୀ ପାରାଦୀପ ପୋର୍ଟ ବଣିକ ସଂଘ ପରିସର ରେ ପାଳିତ ହୋଇଯାଇଛି । ପାରାଦୀପ ବଡପଡିଆ ଠାରେ ଥିବା ମାଆ ଙ୍କ ମନ୍ଦରି ରେ ସକାଳୁ ପୂଜା ନିତୀ ଆରମ୍ଭ ହୋଇଥିଲା । ସଂଘର ସଭାପତି ରାଜ୍ୟ ବିଜେଡି ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରତ୍ୟକ୍ଷ ଭାବରେ ମାଆଙ୍କର ଏହି ନିତୀକାନ୍ତି କୁ ତଦାରଖ କରିଥିଲେ । କାର୍ଯ୍ୟକାରୀ ସଭାପତି ମାନସ ବିଶ୍ୱାଳ, ସାଧାରଣ ସଂପାଦକ ଆଇନଜୀବୀ ଦେବବ୍ରତ ସାହୁ, ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ମହାନ୍ତି ପ୍ରମୁଖ ମାଆ ଙ୍କର ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ କୁ ସଂପାଦନ କରିଥିଲେ । ମଧ୍ୟାହ୍ନ ରେ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନ ର ବନ୍ଦୋବସ୍ତ କରାଯାଇଥିଲା । ପାରାଦୀପର ଏକମାତ୍ର ସଂଗଠନ ପାରାଦୀପ ପୋର୍ଟ ବଣିକ ସଂଘ ପ୍ରତ୍ୟେକ ବର୍ଷ ମାଆ ଦୂର୍ଗା ଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ରେ ଓଡିଶା ର ପାରମ୍ପାରିକ ଲୋକକଳା ପାଲା ପରିବେଷଣ କରି ସମଗ୍ର ପାରାଦୀପ ଅଂଚଳ ରେ ସୁନାମ ଅର୍ଜନ କରିଛି । ଏହି ପାଲାକୁ ଦେଖିବା ପାଇଁ ପାରାଦୀପର ବିଭିନ୍ନ ସ୍ଥାନ ରୁ ଲୋକମାନେ ବହୁ ସଂଖ୍ୟା ରେ ଆସିଥାନ୍ତି ।  ଏହି ଅବସରରେ ପ୍ରତ୍ୟେକ ଦିନ ସଂଧ୍ୟାରେ ବାଦିପାଲା ଅନୁଷ୍ଠିତ ହେବ ବୋଲି ବଣିକ ସଂଘ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *