Monday , March 27 2023
Breaking News
Home / ବିଶେଷ / ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର

ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର

ଘଷିପୁରା, ୨୧/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଜାମବାହାଳି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଲୋକନାଥ ହେମ୍ବ୍ରମଙ୍କ ପତ୍ନୀ ବାସନ୍ତୀ ହେମ୍ବ୍ରମଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଶୋଇବା ଘରୁ ଉଦ୍ଧାର କରାଯାଇଛି । ଲୋକନାଥ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ରହି କାମ କରନ୍ତି । ଆଜି ସକାଳୁ ତାଙ୍କ ମା ଦୁଲି ହେମ୍ବ୍ରମ ବୋହୂ ଶୋଇବା ଘରୁ ନଉଠିବାରୁ ତାଙ୍କ ନିକଟକୁ ଯାଇ ଦେଖିବା ବେଳକୁ ସେ ମୃତ ଅବସ୍ଥାରେ ପଡି ରହିଥିଲେ ।
ଖବର ପାଇ ବାପ ଘର ଲୋକେ ଘଷିପୁରା ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.