ଭୁବନ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ରୁ ଢେଙ୍କାନାଳ କୁ ସଂଯୋଗ କରୁଥିବା ବାଜିରାଉତ ସେତୁରେ ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ବହୁ ପ୍ରତୀକ୍ଷିତ ଉଜ୍ଜ୍ୱଳ ଆଲୋକ ଲାଗିଥିଲା ବେଳେ ବର୍ଷେ ନହେଉଣୁ ସେଥିରୁ ଅଧା ଲାଇଟ ଖରାପ ହୋଇଗଲାଣି , ଜଳୁନାହିଁ । ୨୦୧୬ ଅପ୍ରେଲ ମାସରେ ସେତୁ ଉଦଘାଟନ ହେବା ପରଠାରୁ ଆଲୋକୀକରଣ ପାଇଁ ବହୁ ବାର ଦାବି ହୋଇ ଆସୁଥିଲା । ଗତ ତା୯.୩.୨୦୧୯ ରିଖରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସେତୁ ଉପରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରିଥିଲେ । ବର୍ତମାନ ଏହି ସେତୁ ଉପରେ ଦୈନିକ ଶହଶହ ଗାଡି ଚାଲୁଛି ତେବେ ଅଧା ଲାଇଟ ଜଳୁନଥିବାରୁ ଛୋଟବଡ ଦୁର୍ଘଟଣା ସାଙ୍ଗକୁ ଅନ୍ଧାରରେ ସୁଯୋଗ ନେଇ ଦୁର୍ବୃତ ମାନେ ଅସାମାଜିକ କାର୍ଯ୍ୟ କରୁଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର